କ୍ୟାପ୍ଟେନ୍ ରୋହିତ ଶର୍ମା ,କୋଚ୍ ରାହୁଲ ଦ୍ରାବିଡଙ୍କୁ ନେଇ ଆଜି ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ


ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ଆଜି ଆପେକ୍ସ କାଉନସିଲ ବୈଠକ ହେବ । ଦିନ ୧୧ଟାରେ ଭର୍ଚୁଆଲ ମୋଡର ହେବ ବିସିସିଆଇର ଏହି ବୈଠକ । ଟି-୨୦ ୱାର୍ଲଡ କପରେ ଭାରତର ଖରାପ ପ୍ରଦର୍ଶନକୁ ନେଇ ବୈଠକରେ ସମୀକ୍ଷା କରାଯିବା ସୂଚନା ରହିଛି । ଟି-୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରିଥିଲା ଭାରତ । ସେହିଦିନଠୁ ଚର୍ଚ୍ଚା ହେଉଛି ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦିଆଯାଇପାରେ । ଅଧିନାୟକ ରୋହିତ ଶର୍ମା ଛଡା ରାହୁଲ ଦ୍ରାବିଡଙ୍କୁ ମଧ୍ୟ ବଡ ଖବର ଆସିପାରେ । ଆଜି ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କୁ ନେଇ ବଡ ନିଷ୍ପତି ନିଆଯିବା ସମ୍ଭାବନା ରହିଛି । କୁହାଯାଉଛି, ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଟିମର ଅଧିନାୟକ କରାଯିବା ଉପରେ ବିଚାର କରୁଛି ବିସିସିଆଇ । ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇପାରେ । ଏହାଛଡା ବିସିସିଆଇ ନୂଆ ଚୟନ କମିଟି ମଧ୍ୟ ନିଯୁକ୍ତି କରିବ । ସେହିପରି ଆଗାମୀ ବର୍ଷ ପାଇଁ ଭାରତୀୟ କ୍ରିକେଟର୍ସଙ୍କ ନୂଆ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ମଧ୍ୟ ଘୋଷଣା କରାଯିବା ସମ୍ଭାବନା ରହିଛି । ତେଣୁ ଆଜି ହେବାକୁ ବିସିସିଆଇର ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି ।


Share It

Comments are closed.