ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପିଓଏସ୍ ଟର୍ମିନାଲ୍‌କୁ ଡିଜିଟାଲ୍ ମାଧ୍ୟମରେ ସାମିଲ କରିବା ଲାଗି ‘ସାରଥୀ’ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ମର୍ଚାଂଟ୍‌ଙ୍କ ପଏଂଟ୍ ଅଫ୍ ସେଲ୍ (ପିଓଏସ୍‌) କିମ୍ବା ଇଲେକ୍ଟ୍ରୋନିକ୍ ଡାଟା କ୍ୟାପ୍‌ଚର୍ (ଇଡିସି)କୁ ସକ୍ଷମ କରିବା ଲାଗି ପ୍ରଥମ ଧରଣର ଡିଜିଟାଲ୍ ସାମିଲ ଯାତ୍ରା ‘ସାରଥୀ’ର ଶୁଭାରମ୍ଭ କରାଯାଇଛି । ପାରମ୍ପରିକ କଷ୍ଟକର ସାମିଲ କରିବା ଉପାୟରେ ଏହି ପ୍ରକ୍ର୍ରିୟା ଲାଗି ବହୁତ ଦିନ ଲାଗୁଥିବା ବେଳେ ମର୍ଚାଂଟ୍‌ମାନଙ୍କୁ ସାରଥୀ ନିରବଚ୍ଛିନ୍ନ ଓ ଚିନ୍ତାମୁକ୍ତ ଅନୁଭୂତି ପ୍ରଦାନ କରୁଛି ।
ମର୍ଚାଂଟ୍‌ମାନେ ଚାରିଟି ସହଜ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ତାହା ହେଉଛି ଦ୍ରୁତ ଆବେଦନ ପ୍ରକ୍ରିୟାକରଣ ଲାଗି ରିଅଲଟାଇମ୍ ଡାଟାବେସ୍ । ମର୍ଚାଂଟ୍‌ଙ୍କ ସୁବିଧା ଅନୁସାରେ ତାଙ୍କ ସୂଚନାକୁ ସ୍ଥାପିତ କରିବା ଲାଗି ଲାଇଭ୍ ଭିଡିଓ ଯାଂଚ । ଏହା ଦ୍ୱାରା କ୍ଷେତ୍ର ପରିଦର୍ଶନ ଯାଂଚ କରିବାକୁ ପଡ଼େ ନାହିଁ ଯାହା ଶୀଘ୍ର ନିଷ୍ପତି ଗ୍ରହଣ ପ୍ରକ୍ରିୟାକୁ ସହଜ କରେ । ତତ୍କାଳ ପିଓଏସ୍ ସ୍ଥାପନ କରାଯାଏ ।
ଏହି ଅଭିନବ ଅନ୍‌ବୋର୍ଡିଂ (ସାମିଲ କରିବା) ସମାଧାନ ମର୍ଚାଂଟ୍‌ମାନଙ୍କୁ ଏକ ସହଜ ଓ ପ୍ରଭାବୀ ଅନୁଭବ ପ୍ରଦାନ କରିବା ଲାଗି ପ୍ରସ୍ତୁତ ହୋଇଛି । କାଗଜବିହୀନ ଅନବୋର୍ଡିଂ ପ୍ରକ୍ରିୟା ଯୋଗୁ ମର୍ଚାଂଟ୍‌ଙ୍କୁ କଷ୍ଟକର ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ କିମ୍ବା ପିଓଏସ୍ ଟର୍ମିନାଲ୍ ସ୍ଥାପନ ଲାଗି ବର୍ଦ୍ଧିତ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ସାରଥୀର ଅଭିନବ ସମାଧାନ ଦ୍ୱାରା ମର୍ଚାଂଟ୍‌ମାନେ ଉଲ୍ଲେଖନୀୟ ଭାବେ ଲାଭବାନ ହେବେ ଯେଉଁଥିରେ ସାମିଲ ରହିଛି ତତ୍କାଳ ସ୍ଥିତିର ଅପ୍‌ଡେଟ୍‌, ପରବର୍ତୀ ପରିଦର୍ଶନର ଆବଶ୍ୟକତା ଦୂର ହେବ ଏବଂ ଆବେଦନ ପ୍ରକ୍ରିୟାକରଣ ହେବା ଦିନଠାରୁ କାରବାର ଆରମ୍ଭ କରାଯାଇପାରିବ । କାଗଜବିହୀନ ଅନବୋର୍ଡିଂ ପ୍ରକ୍ରିୟା ଯୋଗୁଁ ସମସ୍ତ କାଗଜପତ୍ର ଗୋଟିଏ ଥରରେ ସଂଗ୍ରହ କରିବାକୁ ସୁନିଶ୍ଚିତ କରାଯିବ, ଫଳରେ ମର୍ଚାଂଟ୍‌ଙ୍କୁ ଏକାଧିକ ଥର ପରିଦର୍ଶନ କରିବା କିମ୍ବା ବାରମ୍ବାର ଫର୍ମ ଦାଖଲ କରିବାକୁ ପଡ଼ିବନି । ଏହି ସମାଧାନ ଆବେଦନ ପ୍ରକ୍ରିୟାକରଣର ୪୫ ମିନିଟ୍ ଭିତରେ ଶୀଘ୍ର ପିଓଏସ୍ ସ୍ଥାପନ କରାଯିବ ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ କାର୍ଡସ୍ ଆଣ୍ଡ୍ ପେମେଂଟ୍‌ସର ମୁଖ୍ୟ ସଂଜୀବ ମୋଘେ କହିଛନ୍ତି ଯେ, “ମର୍ଚାଂଟ୍ ଓ ଗ୍ରାହକମାନଙ୍କ ଜୀବନଚକ୍ରରେ ଡିଜିଟାଲ୍ ଭିନ୍ନତା ସୃଷ୍ଟି କରିବା ଉପରେ ଆକ୍ସିସ୍ ବ୍ୟାଙ୍କ ଗୁରୁତ୍ୱ ଜାରି ରଖିବ । ଯେତେବେଳେ ତତ୍କାଳ ସନ୍ତୁଷ୍ଟି ଏକ ନିୟମରେ ପରିଣତ ହୋଇଛି ସେତେବେଳେ ଉଭୟ ମର୍ଚାଂଟ୍ ସମେତ ସେଲ୍‌ସ ଚ୍ୟାନେଲ୍ ପାଇଁ ମୂଲ୍ୟରେ ଉନ୍ନତି ଆଣିବା ଲାଗି ସାରଥୀ ଆମକୁ ଉଲ୍ଲେଖନୀୟ ସମ୍ଭାବନା ପ୍ରଦାନ କରୁଛି । ସୁବିଧା ସୁଯୋଗରେ ଭରପୁର ଟର୍ମିନାଲ୍ ସହିତ ଦ୍ରୁତ ଗତିରେ ସାମିଲ କରିବା ପ୍ରକ୍ରିୟା ଆମ ମର୍ଚାଂଟ୍ ଗୋଷ୍ଠୀଙ୍କୁ ଉତ୍କୃଷ୍ଟ ଅନୁଭୂତି ପ୍ରଦାନ କରିବ ଏବଂ ସେହି ସମୟରେ ପ୍ରଭାବୀ ଓ ଉତ୍ପାଦକତା ଦୃଷ୍ଟିକୋଣରୁ ଆମ ସେଲ୍‌ସ ଟିମ୍‌ର ଉତ୍ପାଦକତାରେ ମଧ୍ୟ ଉନ୍ନତି ଆଣିବ ।’’
ସାରଥୀ ଅନ୍‌ବୋର୍ଡିଂ ସମାଧାନ ମର୍ଚାଂଟ୍‌ଙ୍କୁ ସାମିଲ କରିବା ଉପାୟରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଆଣିଥିବା ବେଳେ ପ୍ରକ୍ର୍ରିୟାକୁ ସହଜ କରିଛି ଏବଂ ସହଜତା ଓ ଦକ୍ଷତାର ଏକ ଅତୁଳନୀୟ ସ୍ତର ପ୍ରଦାନ କରୁଛି ।


Share It

Comments are closed.