ନିଜ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଆହ୍ୱାନ ଦେଲେ ଇସ୍ରୋର ପୂର୍ବତ୍ତନ ଅଧ୍ୟକ୍ଷ ଏ.ଏସ.କିରନ କୁମାର


ସୋଆ(ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ)ଠାରେ ଏସିକନ୍ (ଦି ଆସୋସିଏସନ ଅଫ ସର୍ଜନ୍‌ସ ଅଫ ଇଣ୍ଡିଆ)ର ୭୯ତମ ସଂସ୍କରଣ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ, ପଦ୍ମଶ୍ରୀ ଏ.ଏସ୍‌. କିରନ୍ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆୟୋଜକ ଅଧ୍ୟକ୍ଷ ଡା ସି ଆର୍ ଦାସ, ଅଧ୍ୟକ୍ଷ ଡା ଅରବିନ୍ଦ କୁମାର, ସମ୍ମାନନୀୟ ସଚିବ ଡା ସଞ୍ଜୟ କୁମାର ଜୈନ, ଉପାଧ୍ୟକ୍ଷ ଡା ପି ରଘୁରାମ, ସାର୍କ ଅଧ୍ୟକ୍ଷ ଡା ଶିବ କେ ମିଶ୍ର ଓ ଆୟୋଜକ ସଚିବ ଡା ଶ୍ରୀଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଛନ୍ତି । ୧୯୩୮ରେ ସ୍ଥାପନ ହେବା ପରଠାରୁ ଓଡିଶାରେ ୪ର୍ଥ ଥର ପାଇଁ ଏସିକନର ଆୟୋଜନ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତ ଓ ସାର୍କ ଦେଶଗୁଡିକରୁ ପ୍ରାୟ ୭୦୦୦ ପ୍ରତିନିଧି ଯୋଗ ଦେଇଛନ୍ତି ।
ଏହି ସମ୍ମିଳନୀରେ ଦେଶବିଦେଶରୁ ଆସିଥିବା ପ୍ରତିନିଧିଙ୍କୁ ସମ୍ବୋଧିତ କରି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, “ଆଜିକା ଦିନରେ ଅନେକ ବିଦେଶକୁ ଯାଇ ନିଜ ଭବିଷ୍ୟ ତ ଗଢୁଛନ୍ତି । ହେଲେ ଆପଣମାନେ ଦେଶର ଗରିବ ଲୋକଙ୍କ ପାଇଁ କାମ କରୁଛନ୍ତି । ଏହାଠାରୁ ବଡ ସୌଭାଗ୍ୟର କଥା ଆଉ କିଛି ନାହିଁ । ପାଶ୍ଚାତ୍ୟ ଦେଶର ଲୋକମାନେ ଯେପରି ପରିଶ୍ରମ କରି ନିଜ ଦେଶକୁ ଶକ୍ତିଶାଳୀ କରିଛନ୍ତି ସେହିଭଳି ଆମ ସମସ୍ତଙ୍କୁ ମଧ୍ୟ ପରିଶ୍ରମ କରିବାକୁ ହେବ । ଡାକ୍ତର, ବୈଜ୍ଞାନିକ ଆଇ ଇଞ୍ଜିନିୟର ନିଜ ନିଜ କ୍ଷେତ୍ରରେ କାମ କରିବା ସହ ପରବର୍ତ୍ତୀ ପିଢି ପାଇଁ ମଧ୍ୟ ମାନବ ସମ୍ବଳ ସୃଷ୍ଟି କରିବାକୁ ହେବ । ଏହା ହେଲେ ଆମ ଦେଶ ଏବଂ ବାସିନ୍ଦାଙ୍କ ପାଇଁ ଶ୍ରେଷ୍ଠ ଉପହାର ହେବ । ”

ଏସିକନ୍ ୨୦୧୯ ଭୁବନେଶ୍ୱର ଏକ ଆଦର୍ଶ ସମ୍ମିଳନୀ ଓ ପ୍ରତିନିଧି କୈନ୍ଦ୍ରିକ କାର୍ଯ୍ୟକ୍ରମ ହେବ । ଏହା ନିଜ କ୍ଷେତ୍ରରେ ଏକମାତ୍ର ଏଭଳି କାର୍ଯ୍ୟକ୍ରମ ହେବ ଯେଉଁଠାରେ ଜଣେ ସାମାଜିକ କାର୍ଯ୍ୟକ୍ରମ ଓ ନିବିଡ଼ ବୈଜ୍ଞାନିକ ଅଧିବେଶନ ସହ ବିକଶିତ ଶିକ୍ଷାନୁଷ୍ଠାନ ଦେଖିବାକୁ ପାଇପାରିବେ । ଏଏସ୍‌ଆଇ ଦ୍ୱାରା କରାଯାଇଥିବା ଅଧିକାଂଶ ସ୍ୱତନ୍ତ୍ର ଅଭିଯାନଗୁଡିକ ପାଇଁ ଏହା ହେଉଛି ପ୍ରଥମ ବିଚାରପୀଠ । ଏହାର ‘ଗୋ ଡିଜିଟାଲ’ ଓ ‘ଗୋ-ଗ୍ରୀନ୍‌’ ଅଭିଯାନ ଏସିକନ୍ ୨୦୧୯କୁ ଏହାର ମୋବାଇଲ ଆପ୍‌, ପେପର୍ ବ୍ୟାଜ୍‌, ଜ୍ୟୁଟ୍ ଡେଲିଗେଟ୍ ଓ ସ୍ପାଉସ୍ ବ୍ୟାଗ୍‌, ଇ-ସୋଭେନିର, ବୈଜ୍ଞାନିକ କାର୍ଯ୍ୟକ୍ରମର ଇ-ଭର୍ସନ, ପରିବେଶ ଅନୁକୂଳ ପେନ୍ ଏବଂ ପ୍ୟାଡ୍ ଓ ବିଶେଷକରି ଏସିକନ୍ ଲାଇଭ୍ ଟିଭି ଆଦି ଶୁଭାରମ୍ଭ କରିବାକୁ ପ୍ରୋତ୍ସାହିତ କରିଥିଲା । ଏକ ଉନ୍ନତ ବିଶ୍ୱ ଗଠନ କରିବାରେ ଏଏସ୍‌ଆଇର ପ୍ରୟାସ ପ୍ରତି ଏହା ହେଉଛି ଏକ ପ୍ରଥମ ବୃହତ୍ତ୍ ପଦକ୍ଷେପ! ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟତୀତ ପ୍ରତିନିଧି ଓ ସେମାନଙ୍କ ପରିବାର ପାଇଁ ଅନେକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଏବଂ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅବସର ଭ୍ରମଣର ବ୍ୟବସ୍ଥା କରାଯାଇଛି ।


Share It

Comments are closed.