ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବ ଅର୍ଜୁନ ଏବଂ ମଲାଇକା


ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ନିକଟ କିଛି ଦିନ ତଳେ ରଣବୀର ସିଂହ ଏବଂ ଦୀପିକା ନିଜ ବିବାହର ଘୋଷଣ କରିଦେଇଥିବାବେଳେ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର ଅର୍ଜୁନ ଏବଂ ମଲାଇକା ପରସ୍ପରକୁ ବିବାହ କରିପାରନ୍ତି ବୋଲି ଜଣା ପଡିଛି ।
ଉଭୟ ନିଜ ସମ୍ପର୍କ ସଂପର୍କରେ ଖୋଲାଖୋଲି କେବେ କହିନଥିବାବେଳେ ଖୁବ ଶୀଘ୍ର ନିଜ ସଂପର୍କକୁ ଲୋକଲୋଚନକୁ ଆଣିବେ ବୋଲି ଜଣା ପଡିଛି । ଗତି କିଛି ଦିନ ହେବ ଏହା ଚର୍ଚ୍ଚା ଜୋର ଧରିଛି ଯେ, ଉଭୟ ପରସ୍ପରର ଖୁବ ନିକଟତ୍ତର ହେବାରେ ଲାଗିଛନ୍ତି ।
ଆମେ କହି ରଖିବାକୁ ଚାହୁଁଛୁ ଯେ, ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ ଏହାର ଘୋଷଣା ମଧ୍ୟ ପରସ୍ପର ଖୁବ ଶୀଘ୍ର କରିବେ । ନିକଟ କିଛି ଦିନ ତଳେ ଅର୍ଜୁନ ଏବଂ ମଲାଇକାଙ୍କୁ ଅବୁ ଧାବିରେ ସ୍ପଟ କରାଯାଇଥିଲା, ଯାହା ପରେ ଉଭୟଙ୍କୁ ବହୁତ ସମାଲୋଚନାର ଶୀକାର ହେବାକୁ ମଧ୍ୟ ପଡିଥିଲା ।
ମଲାଇକା ବର୍ତ୍ତମାନ କଲର୍ସ ରିୟାଲିଟି ସୋ “ଇଣ୍ଡିଆସ ଗଟ ଟ୍ୟାଲେଣ୍ଟ”ରେ ଜଜ ଅଛନ୍ତି । ଏହି ସୋ ରେ ମଲାଇକାଙ୍କ ସମେତ କରଣ ଜୋହର ଏବଂ କିରଣ ଖେର ମଧ୍ୟ ଜଜ ଭୂମିକାରେ ଅଛନ୍ତି । ଏହି ସୋରେ ଅର୍ଜୁନ ନିଜର ଆଗାମୀ ଫିଲ୍ମ “ନମସ୍ତେ ଇଂଲଣ୍ଡ”ର ପ୍ରମୋସନ କରିବା ପାଇଁ ପରିଣିତଙ୍କ ସହ ଆସି ପହଞ୍ଚିଥିଲେ ।
ଏହି ଅବସରରେ ଅର୍ଜୁନ ଏବଂ ମଲାଇକା ମିଶିକରି ଷ୍ଟେଜରେ ଏକା ସାଙ୍ଗେ ଡ୍ୟାନ୍ସ ମଧ୍ୟ କରିଥିଲେ । ଅର୍ଜୁନ, ମଲାଇକାଙ୍କ ହାତ ଧରି ତାଙ୍କୁ ଷ୍ଟେଜ ଉପରକୁ ନେଇ ଆସିଥିଲେ । ଏହା ସହ ଏବେ ପୁଣି ଥରେ ମଲାଇକା ଓ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଅର୍ଜୁନଙ୍କ ଜନ୍ମ ଦିନର ପୂର୍ବ ରାତିରେ ମଲାଇକା ଓ ଅର୍ଜୁନଙ୍କୁ ମିଲନ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ।


Share It

Comments are closed.