ଦୀର୍ଘ ସମୟ ପରେ ବଡ ପରଦାକୁ କମ୍‌ ବ୍ୟାକ୍‌ କଲେ ଅନୁଷ୍କା ଶର୍ମା, ସେୟାର କଲେ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ଫାଷ୍ଟ ଲୁକ୍


ଦୀର୍ଘ ସମୟର ବିରତି ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ବର୍ତ୍ତମାନ ଅନୁଷ୍କା ଶର୍ମାଙ୍କ ଏକ ବାୟୋପିକ୍‌ରେ ନଜର ଆସିବେ । ଅନୁଷ୍କା ଏହି ଫିଲ୍ମ ପ୍ରସିଦ୍ଧ ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ରେ ସୁଟିଂ ଆରମ୍ଭ ହୋଇଛି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ପ୍ରଥମ ଲୁକ୍ ସହିତ ଏହି ସୂଚନା ଦିଆଯାଇଛି।

 

View this post on Instagram

 

A post shared by AnushkaSharma1588 (@anushkasharma)

ଅନୁଷ୍କା ଶର୍ମାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଜିରୋ’, ଯେଉଁଥିରେ ସେ ଶାହାରୁଖ ଖାନଙ୍କ ବିପକ୍ଷରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ୨୦୧୮ରେ ମୁକ୍ତିଲାଭ କରିଥିଲା ​​। ଏହା ପରେ ଭାରତୀୟ ଦଳର କ୍ରିକେଟର ବିରାଟ କୋହଲିଙ୍କୁ ବିବାହ ପରେ ଏହା ଅଭିନେତ୍ରୀ ଇଣ୍ଡଷ୍ଟ୍ରୀରୁ ବିରତି ନେଇଥିଲେ । ଅନୁଷ୍କା ଶର୍ମାଙ୍କ ଏହି ଫିଲ୍ମ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଫିଲ୍ମର ପ୍ରମୋରେ ଅନୁଷ୍କା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିଥିବା ବେଳେ ବଙ୍ଗାଳୀ ଭାଷାରେ ଡାଏଲଗ କହୁଥିବାର ନଜର ଆସିଥିଲେ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀ ଜଣେ ଦ୍ରୁତ ବୋଲର ହୋଇ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇ ରେକର୍ଡ ରଖିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ରେ ଝୁଲନ ଗୋସ୍ୱାମୀଙ୍କ କ୍ୟାରିଅର୍ ୨୦୦୨-୨୦୨୧ ମଧ୍ୟରେ ଥିଲା । ଖବର ଅନୁଯାୟୀ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ସୁଟିଂ ଭାରତ ତଥା ବ୍ରିଟେନରେ ମଧ୍ୟ କରାଯିବ। ଏହି ଚଳଚ୍ଚିତ୍ରଟି ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ ହାଉସ୍ କ୍ଲିନ୍ ସ୍ଲେଟ୍ ଫିଲ୍ମଜ୍ ଦ୍ୱାରା ନିର୍ମିତ ହେଉଛି । ଏହାପୂର୍ବରୁ ଅନୁଷ୍କା ‘ଏନ୍‌ଏଚ୍‌-୧୦’, ‘ପରୀ’ ଏବଂ ‘ପାତାଲ ଲୋକ’ ପରି ଲୋକପ୍ରିୟ ୱେବସିରିଜ୍‌ ପ୍ରସ୍ତୁତ କରିଛନ୍ତି ।


Share It

Comments are closed.