ମଦମୁକ୍ତି ଯୁବବାହିନୀ ପକ୍ଷରୁ ପ୍ରଭାତଫେରି ମାଧ୍ୟମରେ ମଦମୁକ୍ତିର ବାର୍ତ୍ତା


ଭୁବନେଶ୍ୱର – ଓଡିଶାରେ ମଦମୁକ୍ତି ପାଇଁ ଯୁବକମାନଙ୍କୁ ଏକତ୍ରିତ କରିବା ଲକ୍ଷରେ କିଛି ମାସ ପୂର୍ବରୁ ଗଢାଯାଇଥିବା ମଦମୁକ୍ତି ଯୁବବାହାନୀ ଏହାର ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ମଦମୁକ୍ତିର ବାର୍ତ୍ତାକୁ ଲୋକମାନଙ୍କୁ ପାଖକୁ ନେଇଯିବା ସହ ଯୁବକମାନଙ୍କୁ ଯୋଡିବାରେ ସକ୍ଷମ ହେଉଛି । ଏହି ଅଭିନବ କାର୍ଯ୍ୟକ୍ରମ ଗୁଡିକର ଏକ ଅଂଶ ପାଲିଟିଛି ସଂଗଠନ ପକ୍ଷରୁ ପ୍ରତ୍ୟେକ ରବିବାର ପ୍ରାତଃ ସମୟରେ କରାଯାଉଥିବା ପ୍ରଭାତଫେରି କାର୍ଯ୍ୟକ୍ରମ ।
ସଂଗଠନର ସଦସ୍ୟମାନେ ପ୍ରତ୍ୟେକ ରବିବାର ଭୁବନେଶ୍ୱରର କୌଣସି ଏକ ପୂର୍ବରୁ ଚୟନିତ ପାର୍କରେ ଏକତ୍ରିତ ହୋଇ ‘ଗାନ୍ଧୀ ତୁମ ଦେଶରେ’, ‘ଗାଁ ଡାକେ ମାଁ ଡାକେ’ ଭଳି ବିଭିନ୍ନ ଗୀତମାନ ଗାଇ ଗାଇ ମଦମୁକ୍ତିର ବାର୍ତ୍ତା ଦେଇଥାନ୍ତି । ବର୍ତ୍ତମାନ ସୁଧା ସଂଗଠନ ପକ୍ଷରୁ ଭୁବନେଶ୍ୱରର ଇନ୍ଦିରାଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମୁଖାର୍ଜି ପାର୍କ, ବୁଦ୍ଧ ପାର୍କ, ମାହାତ୍ମା ଗାନ୍ଧୀ ପାର୍କ ଆଦି ସ୍ଥାନରେ ଏକାଧିକ ବାର ପ୍ରଭାଫେରି କାରଯାଇସାରିଲାଣି ।

ଏହି ପ୍ରଭାତଫେରି ଗୁଡିକୁ ପାର୍କ ଆସୁଥିବା ନିତିଦିନିଆ ଭ୍ରମଣକାରୀମାନଙ୍କ ଦ୍ୱାରା ପ୍ରସଂଶା କରାଯାଉଥିବା ବେଳେ ଅନେକ ଭ୍ରମଣକାରୀ ଏହା ମାଧ୍ୟମରେ ସଂଗଠନ ସହ ଯୋଡି ହେଉଛନ୍ତି । ଭୁବନେଶ୍ୱର ବ୍ୟତୀତ ସଂଗଠନର ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, ଜଗତସଂହପୁର, ବାଲେଶ୍ୱର ଆଦି ସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମ ନିୟମିତ କରାଯାଉଛି ।
ଏହି ସଂପର୍କରେ ସୂଚନା ଦେଇ ସଂଗଠନ ପକ୍ଷରୁ ଶ୍ରୀଯୁକ୍ତ ହରୀଶ ପାଣିଗ୍ରାହୀ କହିଛନ୍ତି ଯେ, “ଓଡିଶାରେ ମଦଜନିତ ଭୟାଭୟତା ଚରମ ସୀମାରେ ପହଞ୍ଚିଲାଣି । ଏହାକୁ ରୋକିବା ପାଇଁ ପ୍ରତ୍ୟେକ ସମାନ ଚିନ୍ତାଧାରାଯୁକ୍ତ ଲୋକଙ୍କୁ ଏକଜୁଟ ହେବାକୁ ପଡିବ । ସଂଗଠନ ସହ ଯୋଡି ହେବା ପାଇଁ ଆପଣ ଆମ ଫେସବୁକ ପେଜ – www.facebook.com/sambhaba.org କିମ୍ବା ହ୍ୱାଟସଆପ ନମ୍ବର ୯୦୪୦୦୧୩୦୦୯କୁ ମେସେଜ କରିପାରିବେ ।”


Share It

Comments are closed.