ଉଦଯାପିତ ହୋଇଯାଇଛି ଶ୍ରୀ ଶ୍ରୀ ଗୋପିନାଥ ବଂଶୀଧରଦଜୀୟୁଙ୍କ ବାର୍ଷିକ ଉତ୍ସବ


ଚଳିତ ବର୍ଷ କଟକର ଶିଖରପୁରସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ବଂଶୀଧରଦଜୀୟୁଙ୍କ ବାର୍ଷିକ ପ୍ରତିଷ୍ଠା ଦିବସ ଉଦଯାପିତ ହୋଇଛି । ଶ୍ରୀ ବଂଶୀଧରଦଜୀୟୁଙ୍କ ଏହି ବାର୍ଷିକ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମଟି ଜୁନ ୧୮ରୁ ଆରମ୍ଭ ହୋଇ ଜୁନ୨୨ ପର୍ଯ୍ୟନ୍ତ ଦୀର୍ଘ ୫ ଧରି ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୫ ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଦିବସ ଅବସରରେ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଅନେକ ସାଂସ୍କତିକ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ୧୮ ଏବଂ ୧୯ରେ ମନ୍ଦିର ପରିସର ମଧ୍ୟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପାଳିତ ହୋଇଯାଇଥିବାବେଳେ ୨୦ ଏବଂ ୨୧ ପ୍ରବଚନ ଓ ଓଡିଶୀ ସଂଙ୍କିର୍ତନ କାର୍ଯ୍ୟକ୍ରମ ଓ୨୨ରେ ଯଜ୍ଞର ପୂର୍ଣ୍ଣହୁତି କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିଚାଳିତ ହୋଇଯାଇଥିଲା ।

ଏହି ବାର୍ଷିକ ପ୍ରତିଷ୍ଠା ଉତ୍ସବରେ କଟକ ସମସ୍ତ ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରିତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସ ଅବସରରେ କଟକର କୋଣ ଅନୁକୋଣରୁ ଅନେକ ଗନ୍ୟମାନ୍ୟ ବ୍ୟକ୍ତିବିଶେଷ ଆସି ଯୋଗଦେଇଲେ । ପ୍ରତିଷ୍ଠା ଦିବସ ପାଇଁ ସାହି ପକ୍ଷରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଥିଲା । ଏଥିରେ ସାହିର ଅଧିକାରୀ, ମହନ୍ତ, କଟୁଆଳ ଅନ୍ୟ ମୁରବୀ ମାନଙ୍କ ସମେତ ସାହିର ଯୁବକମାନେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
ଏହି ପ୍ରତିଷ୍ଠା ଦିବସର ସାମରୋହରେ ଏକ କଳସ ଶୋଭାଯାତ୍ରା ଆରମ୍ଭ ହୋଇଯାଇଥିଲା । ଯେଉଁଥିରେ ୫୦୦ରୁ ଉଦ୍ଧ୍ୱର୍ ମହିଳାଙ୍କ ସମେତ ୩୦୦ରୁ ଉଦ୍ଧ୍ୱର୍ ପୁରୁଷ ଏହି କଳସ ଶୋଭାଯାତ୍ରାରେ ଯୋଗଦେଇ ସାହି ପରିକ୍ରମା କରିଥିଲେ ।

ମିଳିଥିବା ସୂଚନା ମୁତାବକ ମନ୍ଦିରଟି ହେଉଛି ବହୁ ପୁରତାନ କାଳର । ୨୦୦୭ ଏହି ମନ୍ଦିରକୁ ପୁନଃଉଦ୍ଧାର କରି ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।


Share It

Comments are closed.