ପ୍ରିୟଙ୍କାଙ୍କ ବିବାହରେ ଯୋଗଦେବା ପାଇଁ ସପରିବାର ସହ ଆସିଲେ ଅମ୍ବାନୀ


ଆଜି ପ୍ରିୟଙ୍କା ଏବଂ ନିକଙ୍କ ବିବାହର ଅପେକ୍ଷା ଅନ୍ତ ହେବାକୁ ଯାଉଛି । ସେପ୍ଟେମ୍ବରରେ ନିର୍ବନ୍ଧ କରିଥିବା ଏହି ଲୋକପ୍ରିୟ ଯୋଡିଙ୍କ ବିବାହ ରାଜସ୍ଥାନ, ଯୋଧପୁରର ଉମ୍ମେଦ ଭବନରେ ଦୁଇ ଦିନ ଧରି ପାଳନ ହେବ । ଏଠାରେ ଯୋଗଦେବା ପାଇଁ କିଛି ଖାସ ସଦସ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି କିଛି ଖାସ ସଦସ୍ୟଙ୍କ ମଧ୍ୟରେ ବଲିଉଡର ଡିଜାଇନର ସବ୍ୟସଚ୍ଚୀ ମୁଖାର୍ଜି, ଅର୍ପିତା ଖାନ ଶର୍ମା ପ୍ରମୁଖ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦାୱେନେ ଜନସନ, ଲୁପିତା ନିୱଙ୍ଗେ ଏବଂ ଜୋନାଥନ ଟ୍ରକରଙ୍କ ପରି ହଲିଉଡର କିଛି ଲୋକପ୍ରିୟ କଳାକାର ତଥା ବିବାହ ଉତ୍ସବରେ ଯୋଗଦେବାର ଆଶା କରାଯାଉଛି ।
ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଅମ୍ବାନୀ ପରିବାର ମଧ୍ୟ ଯୋଧପୁର ଆସିଯାଇଛନ୍ତି । ଶୁକ୍ରବାର ଦିନ ଯୋଧପୁରରେ ମୁକେଶ ଅମ୍ବାନୀ, ଗୀତା ଅମ୍ବାନୀ ଝିଅ ଇଷା ଏବଂ ପୁଅ ଅନନ୍ତଙ୍କ ସହିତ ପହଞ୍ଚିଛନ୍ତି । ଗୀତା ଏକ ଗୋଲାପୀ ଧଳା ରଙ୍ଗର ଲେହେଙ୍ଗା, ଇଶା ଏକ ମଲ୍ଟି କଲର ସାରାରା ପିନ୍ଧିଥିଲେ । ସେମାନେ ପ୍ରିୟଙ୍କାଙ୍କ ସଙ୍ଗୀତରେ ଯୋଗଦେଇଥିଲେ । ଇଷା ମଧ୍ୟ ପୂର୍ବରୁ ଆମଷ୍ଟର ଡ୍ୟାମରେ ପ୍ରିୟଙ୍କା ବ୍ୟାଚଲେର ପାର୍ଟିରେ ଯାଇଥିଲେ । ପ୍ରିୟଙ୍କା ଏବଂ ନିକ ଖ୍ରୀଷ୍ଟିଆନ ରିତିନିତୀରେ ଡିସେମ୍ବର ୧ରେ ଏବଂ ହିନ୍ଦୁ ରିତିନିତୀରେ ଡିସେମ୍ବର୨ରେ ବିବାହ କରିବେ ।


Share It

Comments are closed.