ଫିଲ୍ମ ଫ୍ରାଇଡେରେ ମୁଲ୍କ, କାରୱାନ, ଫନେ ଖାନ


ଆଜି ପରଦାକୁ ଆସିଛି ୩ଟି ନୂତନ ଫିଲ୍ମ ମୁଲ୍କ, କାରୱାନ ଏବଂ ଫନେ ଖାନ । ଏହି ତିନୋଟି ଫିଲ୍ମ ଭିନ୍ନ ଭିନ୍ନ କାହାଣୀକୁ ନେଇ ପର୍ଯ୍ୟବେସିତ ହୋଇଥିବା ବେଳେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିପାରିବ ।
ତାପସୀ ପନ୍ନୁ ଏବଂ ରିଶି କପୁର ଅଭିନୀତ ମୁଲ୍କ ଫିଲ୍ମଟିରେ ଦୀର୍ଘ ଦିନ ପରେ କୋର୍ଟ ରୁମ ଡ୍ରାମା ଦେଖିବାକୁ ମିଳିବ । ଏହାର ଟ୍ରେଲର ପୂର୍ବରୁ ଦର୍ଶକଙ୍କ ମନ କିଣି ସାରିବା ବର୍ତ୍ତମାନ ଏହା ପ୍ରଥମ ଦିନରେ ୨ କୋଟି ପର୍ଯ୍ୟନ୍ତ ବ୍ୟବସାୟ କରିବ ବୋଲି ଆକଳନ କରାଯାଇଛି । ଲୋକମାନେ ଏଥିରେ ତାପସୀ ପନ୍ନୁଙ୍କ ଅଭିନୟକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ତାପସୀ ଏଥିରେ ୩୧ ବର୍ଷିୟା ଓକିଲ ଭୂମିକାରେ ନଜରରେ ଆସିବେ । ରିଷି କପୁର ଏବଂ ତାପସୀ ପନ୍ନୁଙ୍କ ବ୍ୟତୀତ ଏହି ଫିଲ୍ମଟିରେ ରଜତ କପୁର ଏବଂ ଆଶୁତୋଷ ରାଣା ନଜରରେ ଆସିବେ ।

ବହୁ ଦିନ ପରେ ବଲିଉଡକୁ ପ୍ରବେଶ କରିଥିବା ଐଶ୍ୱର୍ଯ୍ୟା ରାୟ ଫନେ ଖାନ ଫିଲ୍ମରେ ନଜରରେ ଆସିବେ । ପ୍ରାୟ ଦୁଇ ବର୍ଷ ପରେ ଐଶ୍ୱର୍ଯ୍ୟା ଏ ଦିଲ ହେ ମୁସକିଲ ପରେ ଏହି ଫିଲ୍ମଟିରେ ନଜରରେ ଆସିବେ । ଏହି ଚଳଚ୍ଚିତ୍ରରେ ସେ ଅନିଲ କପୁର ଏବଂ ରାଜ କୁମାର ରାଓଙ୍କ ସହିତ ନଜରରେ ଆସିବେ । କ୍ରିଟିକ୍ସମାନେ ଫିଲ୍ମରେ ଅନିଲ କପୁରଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଏହା ଗୋଟିଏ ଦିନରେ ୨.୫ କୋଟି ବ୍ୟବସାୟ କରିବ ବୋଲି ଆକଳନ କରିଛନ୍ତି ।
କାରୱାନ ଏକ କମେଡି ଫିଲ୍ମ ହୋଇଥିବା ବେଳେ ଏଥିରେ ଅଭିନେତା ଇରଫାନ ଖାନଙ୍କ ସହିତ ଦଲକ୍ୱିର ସଲମାନ, ମିଥିଲା ପାଲକର ନଜରରେ ଆସିବେ । ଏହି ଫିଲ୍ମରେ ଇରଫାନ ଖାନ ଏକ ଡ୍ରାଇଭର ଭୂମିକାରେ ନଜରରେ ଆସିବେ ।


Share It

Comments are closed.