ଅଲିବାବା ଗ୍ରୁପର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ


ଅଲିବାବା ଗ୍ରୁପ ପକ୍ଷରୁ ଗ୍ରୁପର ମୂଳ ତତ୍ୱ ଏବଂ ଲକ୍ଷ୍ୟ ସହିତ ବିଭିନ୍ନ ଚାରିଟେବୁଲ ଏବଂ ସମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ସହାୟତା କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଉକ୍ତ ଅନୁଷ୍ଠାନ ସର୍ବଦା ସମାଜିକ କାରଣଗୁଡିକୁ ଦର୍ଶାଇ ବିଭିନ୍ନ ବ୍ୟବସାୟରେ ଲୋକହିତକର ଯୋଗଦାନ କରିବା ପାଇଁ କାର୍ଯ୍ୟରତ । ଏହି ସମାଜିକ କାର୍ଯ୍ୟକ୍ରମରେ ଅନ୍ୟ ଏକ ପଦାର୍ପଣ ପାଇଁ ଅଲିବାବା ଗ୍ରୁପ ପକ୍ଷରୁ ଅଲିବାବା ଜିନ ଫିଲାନୋଥ୍ରୋପି ସମ୍ମେଳନର ସ୍ଥାପନା କରାଯାଇଛି ।

ଅଲିବାବା ଗ୍ରୁପ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସାମାଜିକ ପଦକ୍ଷେପ ମଧ୍ୟରେ ଅଲିବାବା ଫାଉଣ୍ଡେସନ୍, ଅଲିବାବା ପୋଭର୍ଟି ରିଲିଫ୍ ଫଣ୍ଡ, ମଡେଲ ମମ ଏଣ୍ଟରପ୍ରିନିୟୋରସିପ୍, ପରିବେଶ ସୁରକ୍ଷା ନିମନ୍ତେ ବ୍ଲୁ ସ୍କାଏ ଏବଂ ବ୍ଲୁ ମ୍ୟାପ, ରିୟୁନିଅନ୍ ପ୍ଲାଟଫର୍ମ, ମିଶନ ମିଲିଅନ ବୁକ୍ସ ଇତ୍ୟାଦି ପ୍ରମୁଖ । ଏହା ସହିତ ଅଲିବାବା ଗ୍ରୁପ ସହିତ ଜଡିତ ଦୁଇଟି କମ୍ପାନୀ ସମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜ୍ୟାକ ମା ଫାଉଣ୍ଡେସନ ଏବଂ ଜ୍ୟାକ ମା ରୁରାଲ ଟିଚର ଅଭିଯାନ ରହିଛି ।

୨୦୧୬ରେ ଶୁଭାରମ୍ଭ ହୋଇଥିବା ଏହି ଅଲିବାବା ଫାଉଣ୍ଡେସନର ପ୍ରତି ଦୁଇ ବର୍ଷରେ ଥରେ ସମ୍ମେଳନ କରାଯାଇଥାଏ । ଉକ୍ତ ଅଭିଯାନରେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି, ଜନସେବାକାରୀ ଏବଂ ନେତାମାନଙ୍କୁ ଏକତ୍ର କରାଯାଇ କିପରି ସମାଜିକ ଦାୟିତ୍ୱବୋଧକୁ ଅଧିକ ସକ୍ରିୟ କରାଯାଇପାରିବ ସେହି ସମ୍ପର୍କରେ ଆଲୋଚନା କରାଯାଏ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦି ପାୱାର ଅଫ ସ୍ମଲ ଉପରେ ଲକ୍ଷ୍ୟ ପ୍ରଦାନ କରାଯାଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ ଭବିଷ୍ୟତ ଶ୍ରେଷ୍ଠ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ । ଏହି ବିଷୟବସ୍ତୁ ଆମ୍ଭମାନଙ୍କର ସମସ୍ତ ଅଲିବାବା କର୍ମଚାରୀ ମାନଙ୍କୁ ପ୍ରତିବର୍ଷ ଅତିକମରେ ମାତ୍ର ୩ଘଣ୍ଟା ସାମାଜିକ ସେବା କରିବା ପାଇଁ ସକ୍ରିୟ ରହିବାକୁ ପ୍ରେରଣା ପ୍ରଦାନ କରିଥାଏ ।


Share It

Comments are closed.