ଅକ୍ଷୟ କୁମାରଙ୍କ ‘କ୍ୟାପସୁଲ ଗିଲ’ର ପ୍ରଥମ ଲୁକ୍ ରିଲିଜ୍


ଅଭିନେତା ଅକ୍ଷୟ କୁମାରଙ୍କ ଏକ ନୂଆ ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ଏହି ଲୁକରେ ଖିଲାଡି କୁମାରଙ୍କୁ ସର୍ଦ୍ଦାର ରୂପେ ଦେଖିବାକୁ ମିଳିଛି। ତେବେ ଫିଲ୍ମର ନାମ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ସୋସିଆଲ ମିଡିଆରେ ଖବର ରହିଛି ଯେ ଫିଲ୍ମର ନାମ ‘କ୍ୟାପସୁଲ ଗିଲ’ ରଖାଯାଇଛି।

ଏହି ପ୍ରଥମ ଲୁକରେ ଅକ୍ଷୟ କୁମାର ସର୍ଦ୍ଦାର ହୋଇଛନ୍ତି ଏବଂ ବାଇଗଣୀ ରଙ୍ଗର ପଗଡି ପିନ୍ଧିଛନ୍ତି। ସେ ଆଖିରେ ଚଷମା ଲଗାଇ କ୍ଷେତରେ ଥିବାର ନଜର ଆସିଛନ୍ତି। ଫିଲ୍ମର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କର ଆଗାମୀ ବଡ ଫିଲ୍ମକୁ ନେଇ ଅକ୍ଷୟଙ୍କ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମଟି ଭାସୁ ଭାଗ୍ନାନୀଙ୍କ ବ୍ୟାନର ପୂଜା ଏଣ୍ଟରଟେନମେଣ୍ଟ ଅଧୀନରେ ନିର୍ମିତ ହେଉଛି ଏବଂ ଟିନୁ ସୁରେଶ ଦେଶାଇ ନିର୍ଦ୍ଦେଶନା ଦେଉଛନ୍ତି। ଏହି ବ୍ୟାନର ସହିତ ଅକ୍ଷୟଙ୍କର ଏହା ତୃତୀୟ ଫିଲ୍ମ। ତାଙ୍କର ପୂର୍ବ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ​।

ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମଟି କୋଇଲା ଖଣି ରେସକ୍ୟୁ ଉପରେ ଆଧାରିତ। ଏହା ଖଣି ଇଞ୍ଜିନିୟର ଜସୱନ୍ତ ସିଂହ ଗିଲଙ୍କ ଜୀବନର କାହାଣୀ ହେବ । ଯିଏ ୧୯୮୯ ରେ ରାନିଗଞ୍ଜ କୋଇଲା ପଡ଼ିଆରେ ଫସି ରହିଥିବା ୬୪ ଖଣି କର୍ମଚାରୀଙ୍କ ଜୀବନ ରକ୍ଷା କରିଥିଲେ। ଅକ୍ଷୟ କୁମାର ତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଫିଲ୍ମର ଟାଇଟଲ୍ ନେଇ ଏବେ ମଧ୍ୟ କଳ୍ପନାଜଳ୍ପନା ଚାଲିଛି। ଅଭିନେତା ବର୍ତ୍ତମାନ ଲଣ୍ଡନରେ ଏହି ଫିଲ୍ମର ସୁଟିଂ କରୁଛନ୍ତି।


Share It

Comments are closed.