ରିଲିଜ ହେଲା ଫିଲ୍ମ ‘ଗୋଲ୍ଡ’ର ପୋଷ୍ଟର


ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ନୂତନ ଫିଲ୍ମ ‘ଗୋଲ୍ଡ’ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ବର୍ତ୍ତମାନ ଏହି ଫିଲ୍ମର ଅନ୍ୟ ଏକ ଫୋଷ୍ଟର ସାମନାକୁ ଆସିଛି । ଏହି ନୂଆ ପୋଷ୍ଟରକୁ ନିଜେ ଅକ୍ଷୟ କୁମାର ଟ୍ୱିଟରେ ଟ୍ୱିଟ କରି ରିଲିଜ କରିଛନ୍ତି । ଏହି ଫିଲ୍ମଟି ବିଶିଷ୍ଟ ହକି ଖେଳାଳୀ ଦଲବୀର ସିଂହଙ୍କ ଜୀବନୀ ଉପରେ ପର୍ଯ୍ୟବେଷିତ ହୋଇଛି । ଦଳବୀର ସିଂହ ୧୯୪୮ ମସିହାରେ ଲଣ୍ଡନ ଅଲମ୍ପିକର ହକି ମ୍ୟାଚରେ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ଫିଲ୍ମରେ ଅକ୍ଷୟ ଦଳବୀର ସିଂହ ଭୂମିକାରେ ନଜର ଆସିବେ ।
ଫିଲ୍ମ ‘ଗୋଲ୍ଡ’ର ପୋଷ୍ଟରକୁ ଅକ୍ଷୟ କୁମାର ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ ଏକ ଦେଶଭକ୍ତି ଭରା ଷ୍ଟାଟସ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ଦେଶ ବନ୍ତା ହେ ଜବ ସବ ଦେଶବାସୀୟୋଙ୍କେ ଆଖୋଁ ମେ ସପ୍ନା ହୋତାହେ ।’ କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ ଅକ୍ଷୟ ଟ୍ୱିଟରେ ଯେଉଁ ଡାଇଲକ ଲେଖନ୍ତି, ତାହା ଫିଲ୍ମରେ ଅଛି କିମ୍ବା ନାହିଁ । ଏହି ‘ଗୋଲ୍ଡ’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ରହିଥିବାବେଳେ ମୋନି ରାଏ, ସନି କୌଶାଲ, କୁନାଲ କପୁର ସମେତ ଅମିତ ଦେବ ଭଳି ଅଭିନେତା ଅଛନ୍ତି ଏହି ଫିଲ୍ମଟି ୧୫ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ।


Share It

Comments are closed.