ସାମନାକୁ ଆସିଲା ଅକ୍ଷୟଙ୍କ ଆଗମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରଥମ ଲୁକ


୧୫ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିସନ ମଙ୍ଗଲ’ । ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ରହିଥିବାବେଳେ ଏହାର ଟ୍ରେଲରକୁ ଦେଖି ଆକଳନ କରାଯାଇ ପାରୁଛି ଯେ, ଫିଲ୍ମଟି ବକ୍ସ ଅଫିସରେ ନିଶ୍ଚୟ ସୁପର ହିଟ ହୋଇପାରେ ।
ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଲାଗି ରହିଥିବାବେଳେ ଅକ୍ଷୟ ପୁଣି ଥରେ ନିଜର ଆଗାମୀ ଫିଲ୍ମର ଅନ୍ୟ ଏକ ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସଙ୍କ ମଧ୍ୟରେ ଉକ୍ରଣ୍ଠାକୁ ଆହୁରୀ ଜୋର କରିଦେଇଛନ୍ତି । ଅକ୍ଷୟଙ୍କ ଏହି ଆଗାମୀ ଫିଲ୍ମର ନାମ ‘ବଚ୍ଚନ ପାଣ୍ଡେ’ ଥିବାବେଳେ ସେ ନିଜେ ଟ୍ୱିଟରେ ଫିଲ୍ମରେ ତାଙ୍କର ପ୍ରଥମ ଲୁକକୁ ସେୟାର କରିଛନ୍ତି ।


ଫିଲ୍ମର ପ୍ରଥମ ଲୁକରେ ଅକ୍ଷୟ ଲୁଙ୍ଗୀ ପିନ୍ଧିଥିବାର ଦେଖିବାକୁ ମିଳୁଥିବାବେଳେ ବେକରେ ଅନେକ ମାଳୀ ମଧ୍ୟ ପରିଧାନ କରୁଥିବାର ଦେଖିବାକୁ ମିଳୁଛି ।
ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମକୁ ଅକ୍ଷୟ କୁମାର ଏବଂ ସାଜିଦ ନାଡିୟାଡୱାଲାଙ୍କ ମିଳିତ ପ୍ରୟାସରେ ପ୍ରସ୍ତୁତ ହେଉଛି । ଫିଲ୍ମର ନିର୍ଦ୍ଦେଶନା ‘ଫରହାଦ ସାମଜୀ’ କରୁଥିବାବେଳେ ଏହା ୨୦୨୦ କ୍ରିସମାସରେ ରିଲିଜ ହେବ ।


Share It

Comments are closed.