ଲକ୍‌ଡାଉନ ଅବମାନନାକାରୀଙ୍କୁ ଉଚିତ୍ ଜବାବ ଦେଲେ ରାଜ କୁମାର, ଭିଡିଓ ସେୟାର କଲେ ଅଜୟ ଦେବଗନ


କରୋନା ଭାଇରସ କାରଣରୁ ଦେଶରେ ଲକଡାଉନ ପରିସ୍ଥିତି ଉପୁଜିଥିବାବେଳେ ସରକାର ଲୋକଙ୍କୁ ଏହି ସମୟରେ ଘରେ ରହିବା ପାଇଁ ଉପଦେଶ ଦେଇଛନ୍ତି । କିନ୍ତୁ ଅତି ଆବଶ୍ୟକତା ନହେଲେ କେହି ଘରୁ ବାହାରୁ ନାହାନ୍ତି । ଏହି ମଧ୍ୟରେ ବଲିଉଡ ଅଭିନେତା ସମସ୍ତଙ୍କୁ ଏହି ଜଟିଳ ସମୟରେ ଘରୁ ନବାହାରିବା ପାଇଁ ନିବେଦନ କରୁଥିବାବେଳେ ବର୍ତ୍ତମାନ ଏଭଳି କେତେକ ଘଟଣା ସାମନାକୁ ଆସିଛି, ଯେଉଁଥିରେ କେତେକ ଲୋକ ବିନା କୌଣସି କାମରେ ବାହାରେ ବୁଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେଥିପାଇଁ ଏଭଳି କେତେକ ଲୋକଙ୍କୁ ଭେଟରାନ ଅଭିନେତା ରାଜ କୁମାର ନିଜ ଫିଲ୍ମି ଶୈଳୀରେ ଘରେ ରହିବା ପାଇଁ ଉପଦେଶ ଦେଇଛନ୍ତି । ଏହି ଭିଡିଓକୁ ଅଜୟ ଦେବଗନ ନିଜ ଟ୍ୱିଟରରେ ସେୟାର କରିଥିବାବେଳେ ଏହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ରାଜ କୁମାର ନିଜ ଅନ୍ଦାଜରେ ଲକଡାଉନର ମହତ୍ତ୍ୱକୁ ବୁଝାଉଥିବାର ଦେଖିବାକୁ ମିଳିିଛି । ପ୍ରକୃତରେ ଏହା ଏକ ଫିଲ୍ମର ସିନ, ଯାହାର ଡାଇଲଗକୁ ଏଡିଟିଙ୍ଗ କରାଯାଇଛି । ବଲିଉଡ ଅଭିନେତା ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, “ପ୍ରକୃତ କିମ୍ବଦନ୍ତୀଙ୍କ ପକ୍ଷରୁ ସ୍ପଷ୍ଟ ପରାମର୍ଶ, ଧ୍ୟାନ ଦିଅନ୍ତୁ, ସୁରକ୍ଷିତ ରୁହନ୍ତୁ ।”
ପ୍ରକାଶ ଥାଉକି, ଦେଶରେ ଗୋଟିଏ ଦିନରେ ୫୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମାମଲା ସାମନାକୁ ଆସିବା ପରେ ବର୍ତ୍ତମାନ ଏହାର ସଂଖ୍ୟା ୨୫୦୦ରେ ଆସି ପହଞ୍ଚିଛି । ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ସୁଧା ୭୬ ଜଣଙ୍କ ମୃତ୍ୟୁ ହୋଇ ସାରିଛନ୍ତି । ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷକୁ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି ।


Share It

Comments are closed.