ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏୟାରଟେଲ ଥ୍ୟାଙ୍କସ ଆପରେ ‘ଫାଇଟ କରୋନା’ ସେକ୍ସନର ଶୁଭାରମ୍ଭ


ଭୁବନେଶ୍ୱର: ଏହି ଘଡ଼ିସନ୍ଧି ମୂହୂର୍ତର ମୁକାବିଲା ପାଇଁ ଏହାର ଗ୍ରାହକମାନଙ୍କୁ ପ୍ରସ୍ତୁତ ରଖିବା ନିମନ୍ତେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏୟାରଟେଲ ଥ୍ୟାଙ୍କସ ଆପ୍‌ର ବ୍ୟାଙ୍କିଙ୍ଗ ସେକ୍ସନ ଅଧିନରେ ଏକ ଉତ୍ସଗୀକୃତ ‘ଫାଇଟ କରୋନା’ ସେକ୍ସନ ପ୍ରସ୍‌ୁତ କରାଯାଇଛି । ଏହି ସେକ୍ସନ ଜରିଆରେ ଗ୍ରାହକମାନେ ସେମାନଙ୍କ ଏୟାରଟେଲ ପେମେଂଟ ବ୍ୟାଙ୍କ ଆକାଉଂଟର ବ୍ୟବହାର କରି ସିଧାସଳଖ ପିଏମ କେୟାର ଫଣ୍ଡରେ ଯୋଗଦାନ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନେ ଆପୋଲୋ ୨୪/୭ ମାଗଣା ଡିଜିଟାଲ ସେଲ୍ଫ ରିସ୍କ ଆସେସମେଂଟ ଟେଷ୍ଟ ମଧ୍ୟ ନେଇପାରିବେ । ଲକ୍ଷଣ ଗୁଡ଼ିକର ବିଶ୍ଲେଷଣ ପାଇଁ କେତେକ ସାଧାରଣ ପ୍ରଶ୍ନକୁ ନେଇ ଏହି ଟେଷ୍ଟ ଗଠିତ, ଯାହାକି ଏକ ରିସ୍କ ସ୍କୋର ସୃଷ୍ଟି କରିଥାଏ ଏବଂ ଗ୍ରହଣ କରିଯିବା କେତେକ ଗରୁତ୍ୱପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା ସମେତ ଆଗାମୀ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେଇଥାଏ ।
ନିଜକୁ ଆର୍ଥିକ ଦିଗରୁ ସୁରକ୍ଷା ଦେବାକୁ ଚାହୁଁଥିବା ଗ୍ରାହକମାନେ ଏହି ସେକ୍ସନ ମାଧ୍ୟମରେ କୋଭିଡ-୧୯କୁ ଅନ୍ତର୍ଭୁକ୍ତ କରୁଥିବା ଭାରତୀ ଆକ୍ସା ଗ୍ରୁପ ହେଲ୍‌ଥ ଆସ୍ୟୋର ପଲିସିର କ୍ରୟ ମଧ୍ୟ କରିପାରିବେ । କୋଭିଡ-୧୯ ପାଇଁ ଏହି ପଲିସି ପ୍ରଥମ ଦିନର କ୍ରୟରୁ ହିଁ ସୁରକ୍ଷା ଯୋଗାଉଛି ଏବଂ ନିର୍ଦ୍ଧିଷ୍ଟ ସୁନିଶ୍ଚିତ ରାଶି ୨୫,୦୦୦ଟଙ୍କା ପାଇଁ ଏହାକୁ ୪୯୯ ଟଙ୍କାରେ କ୍ରୟ ମଧ୍ୟ କରାଯାଇପାରିବ ।


Share It

Comments are closed.