ଏୟାରଟେଲ୍ ଅନଲାଇନ ଷ୍ଟୋର ପ୍ରଦାନ କରୁଛି ପ୍ରିମିୟମ୍ ଡ଼ିଭାଇସରେ ଇଏମଆଇ ସୁବିଧା


ବଦଳୁଥିବା ଗ୍ରାହକ ଚିନ୍ତାଧାରାକୁ ଦୃଷ୍ଟିରେରଖି ଏୟାରଟେଲ୍ ଅନଲାଇନ୍ ଷ୍ଟୋର ଏୟାରଟେଲ୍ ଉପଭୋକ୍ତାଙ୍କୁ ସହଜ ଇଏମଆଇ ସ୍କିମ୍ରେ ପ୍ରିମିୟମ୍ ସ୍ମାର୍ଟଫୋନ୍ କିଣିବାର ସୁବିଧା ପ୍ରଦାନ କରୁଛି । ଉପଭୋକ୍ତାମାନେ ଆହୁରି ମଧ୍ୟ ଏଥି ସହିତ ଅନେକ ଗୁଡ଼ିଏ ଡ଼ାଟା ପ୍ଲାନ୍ ମଧ୍ୟ ପାଇପାରିବେ । ଏୟାରଟେଲ୍ ପକ୍ଷରୁ ପ୍ରଦାନ କରାଯାଉଥିବା ଫୋନ୍ ଗୁଡ଼ିକ ମଧ୍ୟରେ ରହିଛି ସାମସଙ୍ଗ ଗାଲାକ୍ସି ଏସ ୯/ଏସ୯ ପ୍ଲସ୍, ଆଇଫୋନ୍ ଏକ୍ସ, ନୋକିଆ ୮ ସିରୋକୋ, ସାମସଙ୍ଗ ଗାଲାକ୍ସିନୋଟ୍ ୮, ନୋକିଆ ୭ ପ୍ଲସ୍, ଆଇଫୋନ୍ ୭ ଏବଂ ଆଇଫୋନ୍ ୮ ଇତ୍ୟାଦି ଅନ୍ତର୍ଭୂକ୍ତ ।
ଯେଉଁ ଗ୍ରାହକମାନେ ଏୟାରଟେଲ୍ରୁ ପ୍ରିମିୟମ୍ ଫୋନ୍ ସହିତ ଅନେକ ଗୁଡ଼ିଏ ପ୍ଲାନ୍ କ୍ରୟ କରିବାକୁ ଆଗ୍ରହି, ସେମାନେ ବସକ୍ସଗ୍ଧରକ୍ଷ.ସଦ୍ଭ/କ୍ଟଦ୍ଭକ୍ଷସଦ୍ଭରଗ୍ଦଗ୍ଧକ୍ଟକ୍ସରରୁ ସେମାନଙ୍କର ଉତ୍ପାଦ ଚୟନକରି ସେମାନଙ୍କର ଫୋନ୍ ନମ୍ବର ଦେବାକୁ ପଡ଼ିବ । ଫୋନ୍ରେ ଆସୁଥିବା ଏକ ଓଟିପି ମାଧ୍ୟମରେ ନମ୍ବର ଭେରିଫାଏକରି ସେମାନଙ୍କର ସବିଶେଷ ତଥ୍ୟ ଯେପରିକି ପ୍ୟାନ୍, ଆଧାର, ନାଁ, ଇମେଲ୍ ଏବଂ ଅନ୍ୟ ଡ଼ିଟେଲ ଗୁଡ଼ିକ ଦେବାକୁ ପଡ଼ିବ । ପରବର୍ତ୍ତି ସ୍କ୍ରିନ୍ରେ କ୍ରେତା ମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଇଏଫଏସସି କୋଡ଼୍ ଦେବାକୁ ପଡ଼ିବ । ଏହା ପରେ ଉକ୍ତ ପୋର୍ଟାଲ ଗ୍ରାହକଙ୍କର ସିବିଲ୍ ସ୍କୋର ତନଖିବା ସହିତ ସେମାନଙ୍କୁ ଫୋନ୍ ଲୋନ୍ ପାଇଁ ଉପଯୁକ୍ତ କି ନାହିଁ ତାହା ସୂଚାଇବ । ରିଲାଏନ୍ସ ଜିଓ ସହିତ ତୁଳନା କରିବାକୁଗଲେ ଜିଓ ପାଇଁ ଗ୍ରାହକ ମାନଙ୍କୁ ଏକକାଳୀନ ଦେୟ ପୈଠ କରିବାକୁ ପଡ଼ୁଥିବାବେଳେ, ଏୟାରଟେଲ୍ ଗ୍ରାହକମାନଙ୍କ ପାଇଁ ଏହି ସେବା ଇଏମ୍ଆଇ ସହିତ ଉପଲବ୍ଧ । ଉଦାହରଣ ସ୍ୱରୂପ, ଆଇଫୋନ ଏକ୍ସ ପାଇଁ ଜିଓ ପ୍ଲାନ୍ ଅନୁଯାୟୀ ଗ୍ରାହକ ମାନଙ୍କୁ ୮୯,୦୦୦ ଟଙ୍କା ଏକକାଳୀନ ଦେବାକୁ ହୁଏ । କିନ୍ତୁ ଏୟାରଟେଲ୍ ଯୋଜନା ମୁତାବକ ଗ୍ରାହକ ମାନଙ୍କୁ ପ୍ରଥମ କିସ୍ତିରେ ୨୯,୦୦୦ ଟଙ୍କା ଦେବାକୁ ହେବ ଓ ଏହା ପରେ ଗ୍ରହକମାନେ ପ୍ରତି ମାସରେ ୨,୭୯୯ ଟଙ୍କା ୨୪ ମାସ ପର୍ଯ୍ର୍ୟନ୍ତ ପୈଠ କରିପାରିବେ । ଇଏମ୍ଆଇ ନିମନ୍ତେ ରିଲାଏନ୍ସ ଜିଓର ଗ୍ରାହକମାନଙ୍କୁ ବଜାଜ୍ ଫାଇନାନ୍ସ କିମ୍ବା ଅନ୍ୟାନ୍ୟ ବ୍ୟାଙ୍କଠାରୁ ଋଣ ଆଣିବାକୁ ପଡ଼େ ଓ ଉତ୍ପାଦ ଆଣିବାକୁ ସେମାନଙ୍କୁ ଷ୍ଟୋର୍କୁ ଯିବାକୁ ହୁଏ । କିନ୍ତୁ ଏୟାରଟେଲର ଗ୍ରାହକମାନେ ଅନଲାଇନ୍ ମାଧ୍ୟମରେ ଫୋନ୍ ପାଇପାରିବେ ଓ ଘରେ ବସି ସେମାନଙ୍କର ଦେୟ ପୈଠ କରିପାରିବେ ।
ଏୟାରଟେଲ୍ ଅନଲାଇନ ଷ୍ଟୋରରୁ ପ୍ରିମିୟମ୍ ଫୋନ୍ କ୍ରୟ ଦ୍ୱାରା ଇଏମଆଇ କେବଳ ଏକମାତ୍ର ରିହାତି ନୁହେଁ ବରଂ ଏହା ସହିତ ଅସିମୀତ ଭଏସ୍ କଲିଂ ସହିତ ୩ଜି/୪ଜି ଡ଼ାଟା ମଧ୍ୟ ପାଇପାରିବେ । କମ୍ପାନୀ ପକ୍ଷରୁ ଆହୁରୀ ମଧ୍ୟ ବର୍ଷିକିଆ କମ୍ପଲିମେଣ୍ଟାରୀ ଆମାଜନ୍ ପ୍ରାଇମ୍ ସବସ୍କ୍ରିପସନ୍ ପ୍ରଦାନ କରାଯାଉଛି । ଏହିସବୁ ଅଫର ଗୁଡ଼ିକ ଫୋନରୁ ଫୋନ୍ ଭିନ୍ନ ହୋଇଥାଏ ।


Share It

Comments are closed.