ଏୟାରଟେଲ୍ ପକ୍ଷରୁ ବୋଶ୍ ଫ୍ୟାସିଲିଟିଠାରେ ଭାରତର ପ୍ରଥମ ଘରୋଇ ୫ଜି ନେଟ୍‌ୱର୍କ ନିୟୋଜିତ


ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ, ବେଙ୍ଗାଲୁରୁ ସ୍ଥିତ ବୋଶ୍ ଅଟୋମୋଟିଭ୍ ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଆର୍‌ବିଏଆଇ) ଫ୍ୟାସିଲିଟିଠାରେ ଭାରତର ପ୍ରଥମ ୫ଜି ପ୍ରାଇଭେଟ୍ ନେଟ୍‌ୱର୍କର ସଫଳ ପରୀକ୍ଷଣ କରାଯାଇଥିବା ନେଇ ଘୋଷଣା କରାଯାଇଛି । ଏୟାରଟେଲ୍‌ର ଅନ୍‌-ପ୍ରେମିଶ୍ ୫ଜି କ୍ୟାପ୍ଟିଭ୍ ପ୍ରାଇଭେଟ୍ ନେଟ୍‌ୱର୍କକୁ ଦୂରସଂଚାର ବିଭାଗ (ଡିଓଟି) ପକ୍ଷରୁ ଆବଂଟନ କରାଯାଇଥିବା ଟ୍ରାଏଲ୍ ୫ଜି ସ୍ପେକ୍ଟ୍ରମ ଉପରେ ନିର୍ମାଣ କରାଯାଇଛି । ଏୟାରଟେଲ୍ ଗୁଣବତାରେ ଉନ୍ନତି ଓ ପରିଚାଳନାଗତ ଦକ୍ଷତା ପାଇଁ ଟ୍ରାଏଲ୍ ସ୍ପେକ୍ଟ୍ରମର ବ୍ୟବହାର କରି ବୋଶ୍‌ର ଅତ୍ୟାଧୁନିକ ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟିଠାରେ ଦୁଇଟି ଇଣ୍ଡଷ୍ଟ୍ରୀ ଗ୍ରେଡ୍ ୟୁଜ୍ କେସ୍‌କୁ କାର୍ଯ୍ୟକାରୀ କରିଛି । ଉଭୟ ମାମଲାରେ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ ଓ ଅତ୍ୟଧିକ ନିର୍ଭରଶୀଳ ଲୋ ଲାଟେନ୍ସି ଯୋଗାଯୋଗ ଭଳି ୫ଜି ଟେକ୍ନୋଲୋଜି ଅଟୋମେଟେଡ୍ କାର୍ଯ୍ୟକୁ ପରିଚାଳନା କରିଥିଲା, ଯାହାକି ଶିଳ୍ପ କାର୍ଯ୍ୟଗୁଡିକୁ ଅଧିକ ଦ୍ରୁତ କରିବା ଓ ଡାଉନ୍‌ଟାଇମ୍ ହ୍ରାସ କରିବା ସୁନିଶ୍ଚିତ କରିଛି ।
ବୋଶ୍ ଫ୍ୟାସିଲିଟିଠାରେ ଟ୍ରାଏଲ୍ ସ୍ପେକ୍ଟ୍ରମ ଉପରେ ପ୍ରାଇଭେଟ୍ ନେଟ୍‌ୱର୍କ ସେଟ୍‌ଅପ୍‌ର ମଲ୍ଟି-ଜିବିପିଏସ୍ ଥ୍ରୋପୁଟ୍ ଡେଲିଭର କରିବା ସହିତ ହଜାର ହଜାର କନେକ୍ଟେଡ ଡିଭାଇସ୍‌ଗୁଡିକୁ ପରିଚାଳନା କରିବାର କ୍ଷମତା ରହିଛି । ଏୟାରଟେଲ୍ ୫ଜି କ୍ୟାପ୍ଟିଭ୍ ପ୍ରାଇଭେଟ୍ ନେଟ୍‌ୱର୍କ ସହିତ, ବୋଶ୍ ମାନୁଫ୍ୟାକ୍‌ଚରିଙ୍ଗ୍ ଏକ୍‌ଜିକ୍ୟୁଶନ ସିଷ୍ଟମ ସର୍‌ଫେସ୍ ମାଉଂଟେଡ୍ ଡିଭାଇସ୍‌ଗୁଡିକର ଅଟୋମାଟିକ୍ ଅପ୍ଟିକାଲ ଇନ୍ସପେକ୍‌ଶନ (ଏଓଆଇ) ମାଧ୍ୟମରେ ଗୁଣବତାକୁ ମୂଲ୍ୟାଙ୍କନ କରିବା ପାଇଁ ଲାଗୁଥିବା ସମୟକୁ ଗୁରୁତ୍ୱପୂର୍ଣ୍ଣ ଭାବେ ହ୍ରାସ କରିବାକୁ ସକ୍ଷମ ହୋଇଛି । ଅତ୍ୟଧିକ ଦ୍ରୁତ, ଲୋ ଲାଟେନ୍ସି, ହାଇସ୍ପିଡ୍ ଏୟାରଟେଲ୍ ୫ଜି ବୋଶ୍ ସପ୍ ଫ୍ଲୋର୍ ମ୍ୟାନେଜର୍ ଓ ଅପରେଟର୍‌ଙ୍କୁ ବାସ୍ତବ ସମୟରେ ସମସ୍ୟାଗୁଡିକୁ ଚିହ୍ନଟ କରିବା ଓ ସମାଧାନ କରିବାରେ ସାହାଯ୍ୟ କରିଥିଲା, ଯାହାଫଳରେ ମିନ୍ ଟାଇମ୍ ଟୁ ରିପେୟାର (ଏମ୍‌ଟିଟିଆର୍‌) ଓ ମିନ୍ ଟାଇମ୍ ବିଟୁଇନ୍ ଫେଲ୍ୟୋର୍‌ସ (ଏମ୍‌ଟିବିଏଫ୍‌) ହ୍ରାସ ହୋଇଥିଲା ।
ଏସମ୍ପର୍କରେ ଏୟାରଟେଲ୍ ବିଜ୍‌ନେସ୍‌ର ନିର୍ଦ୍ଦେଶକ ଓ ସିଇଓ ଅଜୟ ଚିତ୍‌କାରା କହିଛନ୍ତି, “ ଏୟାରଟେଲ୍ ଭାରତର ଡିଜିଟାଲ ରୂପାନ୍ତରଣ ଏବଂ ଏହାର ଉଦ୍ୟୋଗଗୁଡିକର ବିକାଶରେ ସହଯୋଗ କରିବା ପ୍ରତି ପ୍ରତିବଦ୍ଧ ରହିଛି କାରଣ ସେମାନେ ଆନ୍ତର୍ଜାତୀୟ ସ୍ତର ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ଆମେ ବିଶ୍ୱାସ କରୁଛୁ ଯେ, ଏୟାରଟେଲ୍ ନିକଟରେ ଦେଶର ଯେକୌଣସି ଭାଗରେ ଏବଂ ଯେକୌଣସି ଆକରର ଉଦ୍ୟୋଗକୁ କ୍ୟାପ୍ଟିଭ୍ ପ୍ରାଇଭେଟ୍ ନେଟ୍‌ୱର୍କ ସଲ୍ୟୁଶନ ପ୍ରଦାନ କରିବା ପାଇଁ ବିଶ୍ୱସ୍ତରୀୟ ଭିତିଭୂମି, ସହଭାଗିତା ଓ ବିଶେଷଜ୍ଞତା ରହିଛି ।”
ବୋଶ୍ ଅଟୋମୋଟିଭ୍ ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆର ଟେକ୍ନିକାଲ ଫଙ୍କ୍‌ଶନ ବିଭାଗର ମୁଖ୍ୟ ସୁଭାଷ ପି କହିଛନ୍ତି, “ପ୍ରୁଫ୍ ଅଫ୍ କନ୍‌ସେପ୍ଟ ସମୟରେ ଅନୁଭବ କରାଯାଇଥିବା ଏୟାରଟେଲ୍ ପ୍ରାଇଭେଟ୍ ୫ଜି ନେଟ୍‌ୱର୍କ ଦ୍ୱାରା ଆମ କାରଖାନାରେ ପ୍ରଦାନ କରାଯାଇଥିବା ଲୋ ଲାଟେନ୍ସି ଓ ନିର୍ଭରଯୋଗ୍ୟ କନେକ୍ଟିଭିଟି ଆମକୁ ଆମର ଦକ୍ଷତା ଓ ଉତ୍ପାଦକତା ବୃଦ୍ଧି କରିବା ପାଇଁ ସକ୍ଷମ କରିଛି । ୫ଜିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ଭାବେ ଆଇଟି ୱାୟାର୍‌ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚରକୁ ହ୍ରାସ କରିବ ଏବଂ ପରିଚାଳନାଗତ ଦକ୍ଷତାକୁ ବୃଦ୍ଧି କରିବ ।”

 


Share It

Comments are closed.