ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୫ଜିର ସଫଳ ପରୀକ୍ଷଣ


ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ୍ସ ପ୍ରଦାତା ଏୟାରଟେଲ୍ ଓ ଏସିଆର ବିଶ୍ୱସନୀୟ ହେଲ୍‌ଥକେୟାର ଗ୍ରୁପ୍ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଭାରତର ପ୍ରଥମ ୫ଜି ଚାଳିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଗାଇଡେଡ୍ କୋଲୋନୋସ୍କୋପି ଟ୍ରାଏଲ୍ କରିଛନ୍ତି । ଏହି ପରୀକ୍ଷଣକୁ ଅଲ୍‌ଟ୍ରା-ଲୋ ଲାଟେନ୍ସି ଓ ହାଇ ପ୍ରୋସେସିଂ କ୍ଷମତା ସହିତ ଏୟାରଟେଲ୍‌ର ୫ଜି ଟେକ୍ନୋଲୋଜି ଉପରେ ଏଆଇର ବ୍ୟବହାର କରି କରାଯାଇଥିଲା ଯାହାଫଳରେ କୋଲୋନ୍ କ୍ୟାନ୍‌ସରକୁ ଖୁବ୍ ଶୀଘ୍ର ଓ ଅଧିକ ସଠିକତା ସହିତ ଚିହ୍ନଟ କରାଯାଇପାରିଥିଲା । ହେଲ୍‌ଥନେଟ୍ ଗ୍ଲୋବାଲ, ଏଡବ୍ଲ୍ୟୁଏସ୍ ଓ ଅଭେଶା ଆଦି ୩ଟି କମ୍ପାନୀ ଏହି ପରୀକ୍ଷଣରେ ସହଭାଗିତା କରିଥିଲେ । ଏଆଇ ଗାଇଡେଡ୍ କାଲୋନୋସ୍କୋପି ପଦ୍ଧତିର ଫଳସ୍ୱରୁପ ବିନା କୌଣସି ଲ୍ୟାଗ୍‌ରେ ରିଅଲ୍ ଟାଇମ୍‌ରେ ଇମେଜ୍ ପ୍ରୋସେସିଂ ହୋଇଥିଲା । ଏହି ଟେକ୍ନୋଲୋଜିର ବ୍ୟବହାର ଚିକିତ୍ସକଙ୍କ ପାଇଁ ଚକ୍ଷୁର ଏକ ଅତିରିକ୍ତ ପେୟାରକୁ ସକ୍ଷମ କରୁଛି ଏବଂ ପଲିପ୍‌ସର ଚିହ୍ନଟ ହାରକୁ ଉନ୍ନତ କରୁଛି ଯାହାଫଳରେ ରୋଗୀଙ୍କ ଜୀବନ ବଂଚାଯାଇପାରୁଛି ଓ ରୋଗୀଙ୍କ ସେବାରେ ଉନ୍ନତି ଘଟୁଛି । ଏଆଇ ଆସିଷ୍ଟେଡ୍ କୋଲୋନୋସ୍କୋପି ପଲିପ୍ ଡିଟେକ୍ସନ ଟ୍ରାଏଲ୍ ଚିକିତ୍ସକମାନଙ୍କୁ ରୋଗୀ ସେବାର ମାନରେ ବୃଦ୍ଧି କରିବା, ଚିହ୍ନଟ ହାରରେ ସଠିକତା ବଢାଇବା ଓ ତ୍ରୁଟି ହ୍ରାସ କରିବାରେ ସାହାଯ୍ୟ କରିବ । ୫ଜି, ଏଜ୍ କମ୍ପ୍ୟୁଟିଂ ଓ ଏଆଇ ସଠିକ୍ ସମୟରେ ନିଦାନ କ୍ଷେତ୍ରରେ ସହଯୋଗ କରି ଗୁରୁତ୍ୱପୂର୍ଣ୍ଣ ଭାବେ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବ ।
ଏସମ୍ପର୍କରେ ଏୟାରଟେଲ୍ ବିଜ୍‌ନେସର ସିଇଓ ଓ ନିର୍ଦ୍ଦେଶକ ଅଜୟ ଚିତ୍‌କାରା କହିଛନ୍ତି, ‘ ଅଲ୍‌ଟ୍ରା-ଫାଷ୍ଟ ଓ ଲୋ ଲାଟେନ୍ସି ୫ଜି ନେଟ୍‌ୱର୍କ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତନ ଆଣିବ । ଏୟାରଟେଲ୍‌ରେ ଆମେ ଏହି ପରିବର୍ତନର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ରହିଛୁ ଏବଂ ଭାରତର ପ୍ରଥମ କୋଲୋନୋସ୍କୋପି ପରୀକ୍ଷଣକୁ ପରିଚାଳନା କରି ଏହାକୁ ପ୍ରଦର୍ଶନ କରିଛୁ । ସ୍ୱାସ୍ଥ୍ୟସେବା ହେଉଛି ୫ଜି ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବ୍ୟବହାରିକ ମାମଲା ଏବଂ ଆମେ ଆପୋଲୋ ହସ୍ପିଟାଲ, ଏଡବ୍ଲ୍ୟୁଏସ୍‌, ହେଲ୍‌ଥନେଟ୍ ଗ୍ଲୋବାଲ ଓ ଅଭେଶା ସହ ସହଭାଗିତା କରି ଆନନ୍ଦିତ ।’ ସେହିପରି ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଡଃ ସଙ୍ଗୀତା ରେଡ୍ଡୀ କହିଛନ୍ତି, ‘ଆପୋଲୋ ସବୁବେଳେ ଟେକ୍ନୋଲୋଜିକୁ ଗ୍ରହଣ କରିବା କ୍ଷେତ୍ରରେ ଆଗରେ ରହିଆସିଛି । ଆମର ରୋଗୀ କୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ଟେକ୍ନୋଲୋଜି ପାଇଁ ଏକ ଆଉଟ୍‌ଲୁକ୍ ଉପରେ ଆମକୁ ବଜାୟ ରଖିଛି ଯାହା ଫଳାଫଳକୁ ଉନ୍ନତ କରିପାରିବ ।’ ଏଡବ୍ଲ୍ୟୁଏସ୍ ଇଣ୍ଡିଆର ଇଣ୍ଡିଆ ଓ ସାଉଥ୍ ଏସିଆର ଏଂଟରପ୍ରାଇଜ୍‌, ମିଡ୍‌-ମାର୍କେଟ୍ ଆର୍ଡ ଗ୍ଲୋବାଲ ବିଜ୍‌ନେସ୍ ବିଭାଗର ମୁଖ୍ୟ ବୈଶାଳୀ କସ୍ତୁରୀ କହିଛନ୍ତି, ‘୫ଜି ଓ ଏଜ୍ ଟେକ୍ନୋଲୋଜିଗୁଡିକ ହାଇସ୍ପିଡ୍ ଓ ରିଅଲ୍‌ଟାଇମ୍ ଡାଟା ଆନାଲିସିସ୍ ପ୍ରଦାନ କରୁଥିବାରୁ ତାହା ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ପରିବର୍ତନରେ ସାହାଯ୍ୟ କରିପାରିବ । ରୋଗୀଙ୍କ ଅନୁଭୂତି ଓ ସ୍ୱାସ୍ଥ୍ୟସେବା ଗୁଣବତାକୁ ଉନ୍ନତ କରିବା ପାଇଁ ଏକ ଲକ୍ଷ୍ୟ ସହିତ ଏଆଇ-ପରିଚାଳିତ ସମାଧାନ ଆଣିବା ଲାଗି ଆମେ ଏୟାରଟେଲ ଓ ଆପୋଲୋ ସହ ସହଭାଗିତା କରି ଆନନ୍ଦିତ ।’


Share It

Comments are closed.