ଏୟାରଟେଲ୍ ଓ ଗୁଗଲ୍ ମଧ୍ୟରେ ସହଭାଗିତାର ଘୋଷଣା


ଭୁବନେଶ୍ୱର: ଏୟାରଟେଲ୍ ଓ ଗୁଗଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ସେମାନେ ଭାରତର ଡିଜିଟାଲ ଇକୋସିଷ୍ଟମର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଦୀର୍ଘାବଧି, ବହୁ-ବର୍ଷୀୟ ଚୁକ୍ତି ଉପରେ ସହଭାଗିତା କରିଛନ୍ତି । ମିଳିତ ଭାବେ ସେମାନେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସର୍ବୋତମ ଶ୍ରେଣୀର ଏଣ୍ଡ-ଟୁ-ଏଣ୍ଡ୍ ପ୍ରଡକ୍ଟ ଆଣିବା, ଗୁଣାତ୍ମକ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିବା ଏବଂ ସୁଲଭତା, ପହଂଚ ଓ ଡିଜିଟାଲ ସମାବେଶର ସମସ୍ୟାଗୁଡିକର ସମାଧାନ ପାଇଁ ସେମାନଙ୍କର ବିଶେଷଜ୍ଞତାକୁ ଆଣିବା ଦିଗରେ କାର୍ଯ୍ୟ କରିବେ । ଏହି ସହଭାଗିତାର ଅଂଶ ଭାବେ ଗୁଗଲ୍ ଏହାର ଗୁଗଲ୍ ଫର୍ ଇଣ୍ଡିଆ ଡିଜିଟାଇଜେଶନ ଫଣ୍ଡ୍‌ର ଅଂଶ ଭାବେ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିରେ ଇକ୍ୱିଟି ନିବେଶ ସମେତ ସମ୍ଭାବ୍ୟ ବାଣିଜ୍ୟିକ ଚୁକ୍ତିଗୁଡିକ ପାଇଁ ଏକ କର୍‌ପସ ସାମିଲ ରହିଛି, ଯାହାକୁ ଆସନ୍ତା ୫ ବର୍ଷ ମଧ୍ୟରେ ପାରସ୍ପରିକ ସହମତିଯୋଗ୍ୟ ସର୍ତ ଉପରେ ଚିହ୍ନଟ କରାଯିବ ।

ପ୍ରତି ସେୟାର ପିଛା ୭୩୪ ଟଙ୍କା ମୂଲ୍ୟରେ ଭାରତୀ ଏୟାରଟେଲ୍‌ରେ ୭୦୦ ମିଲିୟନ ଡଲାରର ଇକ୍ୱିଟି ନିବେଶ ରହିଛି । ବାଣିଜ୍ୟିକ ଚୁକ୍ତିଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ୩୦୦ ମିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରାଯିବ, ଯେଉଁଥିରେ ଅଭିନବ ସୁଲଭ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ଉପଭୋକ୍ତାଙ୍କ ପାଇଁ ଏକାଧିକ ଡିଭାଇସ୍‌କୁ କଭର୍ କରୁଥିବା ଏୟାରଟେଲ୍‌ର ଅଫରିଙ୍ଗ୍ ସମେତ ଅନ୍ୟ ଅଫରିଙ୍ଗ୍‌ଗୁଡିକର ବିସ୍ତାର କରିବା କ୍ଷେତ୍ରରେ ନିବେଶ ସାମିଲ ରହିଛି ଯାହା ଭାରତର ଡିଜିଟାଲ ଇକୋସିଷ୍ଟମରେ ପହଂଚ ଓ ଡିଜିଟାଲ ସମାବେଶକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି । ଏହି ସହଭାଗିତା ବିଭିନ୍ନ ମୂଲ୍ୟ ବର୍ଗର ସ୍ମାର୍ଟଫୋନ୍‌ଗୁଡିକ ପାଇଁ ସୁଲଭ ପହଂଚକୁ ସକ୍ଷମ କରିବା ଉପରେ ଗୁରୁତ୍ୱ ଦେବ ଏବଂ ୫ଜି ଓ ଅନ୍ୟ ମାନକଗୁଡିକ ପାଇଁ ଭାରତ-ନିର୍ଦ୍ଧିଷ୍ଟ ନେଟ୍‌ୱର୍କ ଡୋମେନ୍ ବ୍ୟବହାର ମାମଲାଗୁଡିକର ସହ-ନିର୍ମାଣ ଲାଗି ସେମାନଙ୍କର ବିଦ୍ୟମାନ ସହଭାଗିତା ଉପରେ ନିର୍ମିତ ଅନୁସନ୍ଧାନ ଜାରି ରଖିବ, ଭାରତରେ ବ୍ୟବସାୟଗୁଡିକ ପାଇଁ କ୍ଲାଉଡ୍ ଇକୋସିଷ୍ଟମକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।

ଏସମ୍ପର୍କରେ ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ଭାରତୀ ମିତଲ୍ କହିଛନ୍ତିଯେ, “ଉଭୟ ଏୟାରଟେଲ୍ ଓ ଗୁଗଲ୍ ଅଭିନବ ଉତ୍ପାଦଗୁଡିକ ମାଧ୍ୟମରେ ଭାରତର ଡିଜିଟାଲ ଅଂଶର ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି । ଆମର ଭବିଷ୍ୟତ ପ୍ରସ୍ତୁତ ନେଟ୍‌ୱର୍କ, ଡିଜିଟାଲ ପ୍ଲାଟ୍‌ଫର୍ମ, ଶେଷ ଦୂରତା ବିତରଣ ଓ ପେମେଂଟ୍ ଇକୋସିଷ୍ଟମ ସହିତ ଆମେ ଭାରତର ଡିଜିଟାଲ ଇକୋସିଷ୍ଟମର ଗଭୀରତା ଓ ପ୍ରଶସ୍ତତା ବୃଦ୍ଧି ପାଇଁ ଗୁଗଲ୍ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ । ସେହିପରି ଗୁଗଲ୍ ଓ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇ କହିଛନ୍ତିଯେ, “ ଏୟାରଟେଲ୍ ହେଉଛି ଭାରତର ଡିଜିଟାଲ ଭବିଷ୍ୟତକୁ ଆକାର ଦେଉଥିବା ଏକ ଅଗ୍ରଗାମୀ ସଂସ୍ଥା ଏବଂ ଅଧିକ ଭାରତୀୟଙ୍କ ପାଇଁ କନେକ୍ଟିଭିଟିକୁ ବିସ୍ତାର କରିବା ଓ ଇଂଟରନେଟ୍‌ର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ଏକ ମିଳିତ ଲକ୍ଷ୍ୟ ଉପରେ ସହଭାଗିତା କରି ଆମେ ଗର୍ବ ଅନୁଭବ କରୁଛୁ । ଏୟାରଟେଲ୍‌ରେ ଆମର ବାଣିଜ୍ୟିକ ଓ ଇକ୍ୱିଟି ନିବେଶ ହେଉଛି ସ୍ମାର୍ଟଫୋନ୍ ପାଇଁ ପହଂଚକୁ ବୃଦ୍ଧି କରିବା, ନୂଆ ବ୍ୟବସାୟ ମଡେଲଗୁଡିକୁ ସହାୟତା କରିବା ପାଇଁ କନେକ୍ଟିଭିଟି ବୃଦ୍ଧି କରିବା ଏବଂ କମ୍ପାନୀଗୁଡିକୁ ସେମାନଙ୍କର ଡିଜିଟାଲ ଟ୍ରାନ୍ସଫର୍ମେଶନ ଯାତ୍ରାରେ ସହଯୋଗ କରିବା ପାଇଁ ଆମର ଗୁଗଲ୍ ଫର୍ ଇଣ୍ଡିଆ ଡିଜିଟାଇଜେଶନ ଫଣ୍ଡ୍‌ର ପ୍ରୟାସର ଏକ ନିରନ୍ତରତା ।


Share It

Comments are closed.