କୋଭିଡ୍‌-୧୯ ଚେନ୍‌କୁ ଭାଙ୍ଗିବା ପାଇଁ ଏୟାରଟେଲ୍ ଓ ଆପୋଲୋ ହସ୍ପିଟାଲ ଗ୍ରୁପ୍ ସହବନ୍ଧିତ


ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ବିରୋଧରେ ଭାରତର ଲଢେଇରେ ସହଯୋଗ କରିବା ପାଇଁ ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଆଜି ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍‌ର ଡିଜିଟାଲ ବିଜ୍‌ନେସ୍ ୟୁନିଟ୍ ଆପୋଲୋ ୨୪/୭ ସହ ଏକ ସ୍ୱତନ୍ତ୍ର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସହଭାଗିତା ଏୟାରଟେଲ୍‌ର ପ୍ୟାନ୍‌-ଇଣ୍ଡିଆ ନେଟ୍‌ୱର୍କ ପହଂଚ ଓ ଆପୋଲୋ ହସ୍ପିଟାଲର ଇଣ୍ଡଷ୍ଟ୍ରୀ ଲିଡିଙ୍ଗ୍ ଡିଜିଟାଲ ହେଲ୍‌ଥକେୟାର ପ୍ଲାଟ୍‌ଫର୍ମ ଆପୋଲୋ ୨୪/୭କୁ ଏକତ୍ରୀତ କରି କୋଭିଡ୍‌-୧୯ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ଓ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି । ଆପୋଲୋ ୨୪/୭ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ସେମାନଙ୍କର କୋଭିଡ୍‌-୧୯ ରିସ୍କ ପ୍ରୋଫାଇଲ ଯାଂଚ କରିବାକୁ ସକ୍ଷମ କରିବା ଲାଗି ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ଏକ ମାଗଣା ଡିଜିଟାଲ ସେଲ୍ଫ-ଆସେସ୍‌ମେଂଟ୍ ଟେଷ୍ଟ ବା ଆତ୍ମ-ମୂଲ୍ୟାଙ୍କନ ପରୀକ୍ଷଣ ଶୁଭାରମ୍ଭ କରିଛି । ଆପୋଲୋ ୨୪/୭ ଦ୍ୱାରା ବିକଶିତ ଏହି ଟେଷ୍ଟ୍ କିଛି ସରଳ ପ୍ରଶ୍ନର ଉତର ଦେଇ ଉପଭୋକ୍ତାଙ୍କୁ ନିଜର କୋଭିଡ୍‌-୧୯ ରିସ୍କ ପ୍ରୋଫାଇଲ ଯାଂଚ କରିବାକୁ ଅନୁମତି ଦେବା ଲାଗି ଏଆଇ ଆଧାରିତ ପ୍ରଯୁକ୍ତି ବ୍ୟବହାର କରୁଛି । ଉପଭୋକ୍ତାଙ୍କ ପ୍ରତିକ୍ରିୟା ଉପରେ ଆଧାରିତ ଏହି ଡିଜିଟାଲ ଟୁଲ୍ ଏକ ରିସ୍କ ସ୍କୋର ଜେନେରେଟ୍ କରିଥାଏ ଏବଂ ପରବର୍ତୀ ସର୍ବୋତମ ପଦକ୍ଷେପର ପରାମର୍ଶ ଦେଇଥାଏ ଯେଉଁଥିରେ ଆପୋଲୋ ୨୪/୭ରେ ମାଗଣାରେ ଅନ୍‌ଲାଇନ୍ କନ୍‌ସଲ୍‌ଟେସନ, ଏହି ଆପ୍‌ରୁ କୋଭିଡ୍ ହେଲ୍ପଲାଇନ୍ ଡାଏଲ କରିବା, ନିଜର ଯତ୍ନ ନେବା ପାଇଁ ପରାମର୍ଶ, ସାମାଜିକ ଦୂରତା ନିୟମାବଳୀ ଓ ଡବ୍ଲ୍ୟୁଏଚ୍‌ଓ ଏବଂ ଏମ୍‌ଓଏଚ୍‌ଏଫ୍‌ଡବ୍ଲ୍ୟୁ ଦ୍ୱାରା ସୁପାରିଶ କରାଯାଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧକମୂଳକ ପଦକ୍ଷେପ ଆଦି ସାମିଲ ରହିଛି ।


ଆପୋଲୋ ୨୪/୭ ମାଗଣା କୋଭିଡ୍ ହେଲ୍ପଲାଇନ୍‌ରେ ୧୦୦ରୁ ଅଧିକ ବିଶେଷଜ୍ଞ ଡାକ୍ତରମାନେ ପ୍ରଶ୍ନଗୁଡିକର ଉତର ଦେବା ସହ ଲୋକଙ୍କ ସନ୍ଦେହ ଦୂର କରୁଛନ୍ତି । ଏହି ଅଭିଯାନକୁ ଏୟାରଟେଲ୍‌ର ଲକ୍ଷ ଲକ୍ଷ ଗ୍ରାହକଙ୍କ ମନରେ କୋଭିଡ୍‌-୧୯କୁ ନେଇ ରହିଥିବା କୌଣସି ପ୍ରକାରର ଚିନ୍ତା ଓ ସନ୍ଦେହକୁ ଦୂର କରିବାରେ ସହଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲର ଏମ୍‌ଡି ଓ ସିଇଓ (ଭାରତ ଓ ଦକ୍ଷିଣ ଏସିଆ) ଗୋପାଲ ଭିଟ୍ଟଲ କହିଛନ୍ତିଯେ, ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଂଚିପାରିଛି ଏବଂ ଏହି ସ୍ୱତନ୍ତ୍ର ଟୁଲ୍ ମାଧ୍ୟମରେ ଆମେ କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବାରେ ସହଯୋଗ କରିବାକୁ ଆଶା ରଖିଛୁ । ଏହି ଟୁଲ୍ ଉପଭୋକ୍ତାଙ୍କୁ ଏକ ଭାରତବ୍ୟାପୀ କୋଭିଡ୍‌-୧୯ ହିଟ୍ ମ୍ୟାପ୍ ମାଧ୍ୟମରେ ସେମାନଙ୍କ ଅଂଚଳର କୋଭିଡ୍‌-୧୯ ରିସ୍କ ପ୍ରୋଫାଇଲ ଯାଂଚ କରିବାକୁ ଅନୁମତି ଦେଉଛି ।” ଏସମ୍ପର୍କରେ ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍‌ର କାର୍ଯ୍ୟକାରୀ ଉପାଧ୍ୟକ୍ଷା ସୋବାନା କମିନେନି କହିଛନ୍ତିଯେ, “ମାଗଣା କୋଭିଡ୍‌-୧୯ ସ୍କାନ୍ ଏୟାଇ ଟୁଲ୍ ସହିତ ଦେଶବ୍ୟାପୀ ଏୟାରଟେଲ୍‌ର ଗ୍ରାହକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଓ ସୁରକ୍ଷିତ ରହିବା ପାଇଁ ଉପଯୁକ୍ତ ତଥ୍ୟ ଓ ଆପୋଲୋର ସଂଶାଧନ ପାଇପାରିବେ ।” ଅନ୍ୟପକ୍ଷରେ ଏୟାରଟେଲ୍‌ର ଗ୍ରାହକମାନେ ଏବେ ଦେଶବ୍ୟାପୀ ୩୦୦୦ରୁ ଅଧିକ ଆପୋଲୋ ଫାର୍ମାସି ଷ୍ଟୋର୍‌ଗୁଡିକରେ ନିଜର ଏୟାରଟେଲ୍ କନେକ୍ସନକୁ ରିଚାର୍ଜ କରିପାରିବେ ।


Share It

Comments are closed.