ଏୟାରଟେଲ୍‌ର ପକ୍ଷରୁ ୫ଜି ପରିଚାଳିତ ଭାରତର ପ୍ରଥମ ଭିଆର୍ ବିଜ୍ଞାପନ ଉନ୍ମୋଚିତ


ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ୍ସ ପ୍ରଦାତା ଏୟାରଟେଲ୍ ପକ୍ଷରୁ ୫ଜି ଦ୍ୱାରା ପରିଚାଳିତ ଭାରତର ପ୍ରଥମ ନିମଜ୍ଜିତ ଭର୍ଚୁଆଲ ରିଅଲିଟି (ଭିଆର୍‌) ବିଜ୍ଞାପନର ଉନ୍ମୋଚନ କରାଯାଇଛି । ଏହି ଅଲ୍‌ଟ୍ରା-ଫାଷ୍ଟ୍ ଲୋ-ଲାଟେନ୍ସି ୫ଜି ନେଟ୍‌ୱର୍କ ୩ଡି ଭିଜୁଆଲ ସୁନିଶ୍ଚିତ କରୁଛି ଏବଂ ଜୀବନ୍ତ ଭଳି ଭିଡିଓ ପ୍ରଦାନ କରୁଛି । ଏହି ବିଜ୍ଞାପନ ଫର୍ମାଟ୍ ମାଧ୍ୟମରେ ବ୍ରାଣ୍ଡ୍‌ଗୁଡିକ ନିଜର ଗ୍ରାହକଙ୍କୁ ଏକ ନିମଜ୍ଜିତ ବିଜ୍ଞାପନ ପ୍ରଦାନ କରିପାରିବେ ଯାହା ଲ୍ୟାଗ୍‌ବିହୀନ ଅଟେ । ଏୟାରଟେଲ୍ ପକ୍ଷରୁ ଭାରତର କିଛି ଅଗ୍ରଣୀ ବ୍ରାଣ୍ଡ ଯେପରିକି ପେପ୍‌ସିକୋ ଓ ସୋନିଲିଭ୍‌କୁ ଏକ ପାଇଲଟ୍ ପ୍ରକଳ୍ପ ସୃଷ୍ଟି କରିବା ଏବଂ ଭାରତୀୟ ମୋବାଇଲ କ୍ଷେତ୍ରରେ ଏହି ଉତ୍ପାଦର କ୍ଷମତାଗୁଡିକର ଡେମୋ ଦେଖାଇବା ପାଇଁ ନିୟୋଜିତ କରାଯାଇଛି ।
ଏସମ୍ପର୍କରେ ଏୟାରଟେଲ୍ ଡିଜିଟାଲର ସିଇଓ ଆଦର୍ଶ ନାୟାର କହିଛନ୍ତି, ‘୫ଜିର ସବୁଠାରୁ ବଡ ଲାଭ ହେଉଛି ଏହା ଆମକୁ ଲୋ-ଲାଟେନ୍ସି ସହ ଅଧିକ କିଛି କରିବାକୁ ଅନୁମତି ଦେଉଛି । ଆମେ ଭାରତର ପ୍ରଥମ ନିମଜ୍ଜିତ ଭିଆର୍ ବିଜ୍ଞାପନ ସୃଷ୍ଟି କରିବା ପାଇଁ ଏହି ଟେକ୍ନୋଲୋଜିର ବ୍ୟବହାର କରିଛୁ ଯାହା ବ୍ରାଣ୍ଡଗୁଡିକୁ ଏକ ମୋବାଇଲ-ପ୍ରଥମ ପରିବେଶରେ ଉପଭୋକ୍ତାଙ୍କ ସହ ପ୍ରତ୍ୟକ୍ଷ ସଂଯୋଗ ପ୍ରଦାନ କରୁଛି ।’
ଏକ ଆପ୍ ଅନି ରିପୋର୍ଟ ଅନୁଯାୟୀ, ଭାରତର ୭୫୦ ମିଲିୟନରୁ ଅଧିକ ମୋବାଇଲ ଉପଭୋକ୍ତା ନିଜ ମୋବାଇଲ ସ୍କ୍ରିନ୍‌ରେ ଅଧିକରୁ ଅଧିକ ସମୟ ବା ଦିନକୁ ହାରାହାରି ୫ ଘଂଟା ସମୟ ବିତାଉଛନ୍ତି । ଧ୍ୟାନ ବ୍ୟବଧାନ ହ୍ରାସ ହେବା ସହିତ, ବ୍ରାଣ୍ଡଗୁଡିକ ପରବର୍ତୀ ପିଢିର ଦର୍ଶକଙ୍କ ସହ କନେକ୍ଟ କରିବା, ସେମାନଙ୍କର ଧ୍ୟାନ ଆକର୍ଷଣ କରିବା ଓ ସଚେତନତା ବୃଦ୍ଧି କରିବା ପାଇଁ ଅଭିନବ ମୋବାଇଲ ଓ ଫର୍ମାଟ୍‌ଗୁଡିକ ପ୍ରତି ଦୃଷ୍ଟି ଦେଉଛନ୍ତି ।

 


Share It

Comments are closed.