ଏୟାରଟେଲ୍ ୫ଜି ପ୍ଲସ୍‌ର ଶୁଭାରମ୍ଭ


ଭୁବନେଶ୍ୱର : ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାତା ଏୟାରଟେଲ୍ ପକ୍ଷରୁ ଦେଶର ଅନେକ ପ୍ରମୁଖ ସହରରେ ଏୟାରଟେଲ୍ ୫ଜି ପ୍ଲସ୍‌ର ଉନ୍ମୋଚନ ଉପରେ ଅଧିକ ବିବରଣୀ ପ୍ରଦାନ କରାଯାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡି, ନାଗପୁର ଓ ବାରାଣସୀ ଆଦି ସହରର ଗ୍ରାହକମାନେ ପର୍ଯ୍ୟାୟକ୍ରମେ ଅତ୍ୟାଧୁନିକ ଏୟାରଟେଲ୍ ୫ଜି ପ୍ଲସ୍ ସେବାଗୁଡିକୁ ଉପଭୋଗ କରିବା ଆରମ୍ଭ କରିପାରିବେ । କାରଣ କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ କରିବା ଏବଂ ରୋଲ୍ ଆଉଟ୍ ସମ୍ପୂର୍ଣ୍ଣ କରିବା କାମ ଜାରି ରଖିଛି । ୫ଜି ସ୍ମାର୍ଟଫୋନ୍ ଥିବା ଗ୍ରାହକମାନେ  ରୋଲ୍ ଆଉଟ୍ ଅଧିକ ବିସ୍ତାର ହେବା ପର୍ଯ୍ୟନ୍ତ ନିଜର ବିଦ୍ୟମାନ ଡାଟା ପ୍ଲାନ୍‌ଗୁଡିକ ଉପରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ଉପଭୋଗ କରିପାରିବେ । ଏୟାରଟେଲ୍ ୫ଜି ପ୍ଲସ୍ ଏଭଳି ଏକ ଟେକ୍ନୋଲୋଜି ଉପରେ ପରିଚାଳିତ ଯାହାର ସବୁଠାରୁ ବିକଶିତ ଇକୋସିଷ୍ଟମ ସହ ବିଶ୍ୱରେ ବ୍ୟାପକ ଗ୍ରହଣୀୟତା ରହିଛି । ଏହା ଭାରତରେ ସମସ୍ତ ୫ଜି ସ୍ମାର୍ଟଫୋନ୍‌ଗୁଡିକ ବାଧାହୀନ ଭାବେ ଏୟାରଟେଲ୍ ନେଟ୍‌ୱର୍କରେ କାର୍ଯ୍ୟକ୍ଷମ ହେବ । ଏହା  ଆଜି ତୁଳନାରେ ୨୦ରୁ ୩୦ ଗୁଣ ଅଧିକ ସ୍ପିଡ୍ ମଧ୍ୟରେ ସର୍ବୋତମ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛି ଯାହାକି ଚମତ୍କାର ଭଏସ୍ ଅନୁଭୂତି ଓ ସୁପର୍‌-ଫାଷ୍ଟ୍ କଲ୍ କନେକ୍ଟ ସହ ଜଡିତ ରହିଛି । ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଏହାର ସ୍ୱତନ୍ତ୍ର ପାୱାର ରିଡକ୍ସନ ସଲ୍ୟୁଶନ ସହିତ ପରିବେଶ ପ୍ରତି ଅନୁକୂଳ ରହିବ ।

ଏହି ଉନ୍ମୋଚନ ଅବସରରେ ଭାରତୀ ଏୟାରଟେଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି, ‘ଏୟାରଟେଲ୍ ଗତ ୨୭ ବର୍ଷ ହେବ ଭାରତର ଦୂରସଂଚାର ବିପ୍ଳବର  ଆଗଧାଡିରେ ରହିଆସିଛି । ଆମର ୫ଜି ସେବା ଗ୍ରାହକଙ୍କ ପାଖରେ ଥିବା ଯେକୌଣସି ବିଦ୍ୟମାନ ସିମ୍ ଏବଂ ଯେକୌଣସି ୫ଜି ହ୍ୟାଣ୍ଡସେଟ୍ ଉପରେ କାର୍ଯ୍ୟ କରିବ । ଏୟାରଟେଲ୍ ୫ଜି ପ୍ଲସ୍ ଆଗାମୀ ବର୍ଷଗୁଡିକରେ ଲୋକମାନଙ୍କ ଯୋଗାଯୋଗ, ଜୀବନଶୈଳୀ, କାର୍ଯ୍ୟ, ସଂଯୋଗ ଓ ଖେଳିବାର ଶୈଳୀକୁ ପୁନଃପରିଭାଷିତ କରିବ ।” ଏୟାରଟେଲ ୫ଜି ପ୍ଲସ୍  ଏୟାରଟେଲ୍ ପ୍ରଦାନ କରୁଥିବା ସେବାଗୁଡିକର ସମସ୍ତ ପୋର୍ଟଫୋଲିଓକୁ ଉନ୍ନତ କରିବ । ଏହାବ୍ୟତୀତ ଏହା ହାଇ ଡେଫିନିଶନ ଭିଡିଓ ଷ୍ଟ୍ରିମିଙ୍ଗ୍‌, ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌,  ଫଟୋ ଆଦିର ଇନ୍‌ଷ୍ଟାଂଟ୍ ଅପ୍‌ଲୋଡିଙ୍ଗ୍ ପାଇଁ ସୁପର୍‌ଫାଷ୍ଟ ଆକ୍‌ସେସ୍‌କୁ ଅନୁମତି ଦେବ । ଏହାର ଉନ୍ମୋଚନ ସହିତ ଭାରତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ପ୍ରେରଣା ପାଇବ କାରଣ ଏୟାରଟେଲ୍ ୫ଜି ପ୍ଲସ୍  ଶିକ୍ଷା, ସ୍ୱାସ୍ଥ୍ୟସେବା, ଉତ୍ପାଦନ, କୃଷି, ଯାତାୟକ ଓ ପରିବହନ କ୍ଷେତ୍ରରେ ବିପ୍ଳପ ସୃଷ୍ଟି କରିବ । ଏୟାରଟେଲ୍ ୫ଜି ପ୍ଲସ୍ ସମ୍ପର୍କରେ ଅଧିକ ଜାଣିବା ପାଇଁ https://www.airtel.in/5g-networkରେ ଲଗ୍ ଅନ୍ କରନ୍ତୁ ।


Share It

Comments are closed.