୯୯୯ ଟଙ୍କାରେ କରନ୍ତୁ ବିଦେଶ ଉଡାଣ, ଜାଣନ୍ତୁ ଅଫରର ସୁବିଧା ବିଷୟରେ


ଏସିଆ, ଅଷ୍ଟ୍ରେଲିଆରେ ୧୨୦ଟି ସ୍ଥାନକୁ ବିମାନ ସେବା ଯୋଗାଇଦେବା ପାଇଁ ବହୁ ପ୍ରତିକ୍ଷିତ ଏୟାର ଏସିଆର ବିଗ୍ ସେଲ୍ ପୁଣି ଆସିଛି । ଯାତ୍ରୀମାନେ ସେମାନଙ୍କ ବିମାନ ମେଁ ୨୧ରୁ ମେଁ ୨୭ ମଧ୍ୟରେ ବୁକ୍ କରି ନଭେମ୍ବର ୧ ୨୦୧୮ରୁ ୧୩ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ବିମାନ ଯାତ୍ରା କରିପାରିବେ । ଏଥିରେ ଯାତ୍ରୀମାନଙ୍କୁ ଘରୋଇ ଯାତ୍ରା ପାଇଁ ଟ.୯୯୯ ଓ ଆନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ଟ.୯୯୯ ପୈଠ କରିବାକୁ ପଡ଼ିବ । ବିଗ୍ ଲୟାଲିଟି ସଦସ୍ୟମାନଙ୍କ ପାଇଁ ପୂର୍ବ ବୁକିଂ ୨୦ମେଁ ୨୦୧୮ରୁ ଆରମ୍ଭ ହେଉଛି (୧୯ମେଁ ୧୮ ରାତି ୯:୩୦ଆଇଏସ୍ଟିରୁ ଆରମ୍ଭ ହୋଇ ମେଁ ୨୦ ୧୮ ରାତି ୯:୩୦ଆଇଏସ୍ଟି ପର୍ଯ୍ୟନ୍ତ) । ଯାତ୍ରୀମାନେ ସିଟ୍ ଚୟନ କ୍ଷେତ୍ରରେ ୨୦% ସ୍ୱତନ୍ତ୍ର ରିହାତି ମଧ୍ୟ ପାଉଛନ୍ତି ।
ଏହି ଅଫର୍ ଏୟାର ଏସିଆ ଗ୍ରୁପ୍ ନେଟ୍ୱାର୍କ ଦ୍ୱାରା ପରିଚାଳିତ ସମସ୍ତ ବିମାନ, ଭିଜ୍. ଏୟାର ଏସିଆ ଇଣ୍ଡିଆ(ବିମାନ କୋର୍ଡ ଆଇ୫), ଏୟାର ଏସିଆ ବର୍ହାଦ(ବିମାନ କୋର୍ଡ ଏକେ), ଥାଇ ଏୟାର ଏସିଆ (ବିମାନ କୋର୍ଡ ଏଫ୍ଡି) ଓ ଏୟାର ଏସିଆ ଏକ୍ସ(ବିମାନ କୋର୍ଡ ଡି୭)ରେ ଉପଲବ୍ଧ ହେଉଛି । ଏହି ସବୁ ରିହାତି ଯାତ୍ରୀମାନେ airasia.com ଓ ଏୟାର ଏସିଆ ମୋବାଇଲ୍ ଆପ୍ ମାଧ୍ୟମରେ ବୁକିଂ କରି ପାଇପାରିବେ ।
ଥରେ ଯାତ୍ରା କରିବା ପାଇଁ ବିମାନ ଭଡ଼ା ଟ.୯୯୯ରେ ଆରମ୍ଭ ହେଉଛି । ଏଥିରେ ଯାତ୍ରୀମାନେ ଏୟାର ଏସିଆ ଦର୍ଶାଇଥିବା ୨୦ଟି ଘରୋଇ ସ୍ଥାନ ଯଥା- ବେଙ୍ଗାଲୁରୁ, କୋଚି, ଗୋଆ, ଜୟପୁର, ଚଣ୍ଡିଗଡ଼, ପୁନେ, ନୂଆଦିଲ୍ଲୀ, ଗୁୱାହାଟି, ଇମ୍ଫାଲ, ବିଶାଖାପାଟନମ୍, ହାଇଦ୍ରାବାଦ, ଶ୍ରୀନଗର, ବଗ୍ଦୋଗ୍ରା, ରାଞ୍ଚି, କଲିକତା, ନାଗପୁର, ଇନ୍ଦୋର, ଚେନ୍ନାଇ, ସୁରତ ଓ ଭୁବନେଶ୍ୱର ଆଦି ସ୍ଥାନଗୁଡ଼ିକୁ ଚୟନ କରିପାରିବେ ।
ଆନ୍ତର୍ଜାତୀୟ ଯାତ୍ରା ପାଇଁ ଯାତ୍ରୀମାନେ କ୍ୱାଲା ଲମ୍ପୁର, ବ୍ୟାଙ୍ଗକକ୍, କ୍ରାବି, ସିଡନୀ, ଅକ୍ଲ୍ୟାଣ୍ଡ, ମେଲବର୍ଣ୍ଣ, ସିଙ୍ଗାପୁର, ବାଲି ଆଦି ଅନେକ ସ୍ଥାନ ପାଇଁ ବିମାନ ଭଡ଼ା ପୈଠ କରିପାରିବେ, ଯାହାର ମୂଲ୍ୟ ଥରେ ଯାତ୍ରା କରିବା ପାଇଁ ରହିଛି ଟ.୯୯୯ ।
ପ୍ରମୋସନ୍ ଓ ପଦକ୍ଷେପ ଉପରେ ଆହୁରି ଅଧିକ ତଥ୍ୟ ପାଇବା ନିମନ୍ତେ ଦୟାକରି ଏୟାର ଏସିଆ ଟ୍ୱିଟର (twitter.com/AirAsia) ଓ ଫେସବୁକ୍ facebook.com/AirAsia)କୁ ଯାଆନ୍ତୁ ।


Share It

Comments are closed.