ଦୀର୍ଘ ୧୫ ମାସ ପରେ ପାକିସ୍ତାନକୁ ପୁଣି ଭେଟିବା ଭାରତ


ଏସିଆ କପ ୨୦୧୮ରେ ଭାରତ ଗତ କାଲି ହଂକଂ ଠାରୁ ବିଜୟ ଲାଭ କରିବା ପରେ ଆଜି ଭେଟିବାକୁ ଯାଉଛି ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ । ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ଅଧିନାକତାର ଭାର ହିଟମ୍ୟାନ “ରୋହିତ ଶର୍ମା”ଙ୍କୁ ନ୍ୟସ୍ତ କରାଯାଇଛି ।
ଦୀର୍ଘ ୧୫ ମାସର ବ୍ୟବଧାନ ପରେ ଭାରତ ଏହି ଏସିଆ କପରେ ପାକିସ୍ତାନକୁ ଭେଟିବାକୁ ଯାଉଛି । ପୂର୍ବରୁ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଚାମ୍ପିଆନ୍ସ ଟ୍ରଫିର ଫାଇନାଲରେ ଭେଟିଥିଲେ । ଦଳକୁ ଜିତାଇବାକୁ ହେଲେ ଶିଖର ଧୱନ ଏବଂ ରୋହିତ ଶର୍ମାଙ୍କ ସହଭାଗିତା ନିହାତି ଆବଶ୍ୟକ । ରୋହିତ ଶର୍ମା ୱାନ-ଡେ ଫର୍ମାଟରେ ସର୍ବଶ୍ରେଷ୍ଠ ଖେଳାଳୀମାନଙ୍କ ସୂଚୀରେ ରହିଥିବା ବେଳେ ତାଙ୍କ ନାମରେ ଅନେକ ରେକର୍ଡ ମଧ୍ୟ ରହିଛି ।
“ହିଟ ମ୍ୟାନ” ରୋହିତ ଶର୍ମାଙ୍କ କାନ୍ଧରେ ଓପନର ଏବଂ ଅଧିନାକତାର ଭାର ନ୍ୟସ୍ତ କରାଯାଇଛି । ସେହିଭଳି ବାମ ହାତୀ ବିସ୍ପୋଟକ ବ୍ୟାଟ୍ସମ୍ୟାନ ଶିଖର ଧୱନ ହଂକଂ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରି ଶତକ ହାସଲ କରିଥିଲାବେଳେ ବର୍ତ୍ତମାନ ତାଙ୍କ ମନୋବଳ ସୁଦୃଢ ରହିଛି ।
ମିଡିଲ ଅର୍ଡର ଖେଳୁଥିବା ଅମ୍ବାତୀ ରାଇଡୁଙ୍କ ସ୍ଥାନ ପକ୍କା ରହିଛି । ସେ ହଂକଂ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୭୦ ବଲ ବିନମିୟରେ ୩ ଛକା ଏବଂ ୨ଟି ଚୌକାମାରି ଅର୍ଦ୍ଧଶତକ ହାସଲ କରିଥିଲେ ।
କେଏଲ ରାହୁଲଙ୍କୁ ପ୍ରଥମ ମ୍ୟାଚରେ ବିଶ୍ରାମ ଦିଆଯାଇଥିବାବେଳେ ଦୀନେଶ କାର୍ତ୍ତିକଙ୍କୁ ଏହି ମ୍ୟାଟରେ ଖେଳାଇବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି ।
ଦୀନେଶ କାର୍ତ୍ତିକ ହଂକଂ ବିପକ୍ଷରେ ୩୩ ରନର ଯୋଗଦାନ ଦେଇଥିବା ବେଳେ ଅପରପକ୍ଷରେ ମହେନ୍ଦ୍ର ସିଂହ ଧୋନି ଶୂନରେ ଆଉଟ ହୋଇ ପାଭିଲିଏନ ଫେରିଯାଇଥିଲେ । କିନ୍ତୁ ଆଜି ଖେଳାଯିବାକୁଥିବା ପାକିସ୍ତାନ ସହ ମ୍ୟାଚରେ ପ୍ରସଂଶକମାନେ ଧୋନିଙ୍କ ବେଶ କିଛି ଆଶା ରଖିଛନ୍ତି ।
ଟିମ ଇଣ୍ଡିଆ ଆଜିର ମ୍ୟାଚରେ ଦୁଇଟି ସ୍ପିନରଙ୍କ ସହିତ ଦୁଇ ଦ୍ରୁତ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ । ସ୍ପିନରଙ୍କ ମଧ୍ୟରେ କୁଲଦୀପ ଓ ଚହଳ ଏବଂ ଫାଷ୍ଟ ବୋଲରଂଙ୍କ ମଧ୍ୟରେ ଭୁବନେଶ୍ୱର ଏବଂ ବୁମାରାକୁ ଖେଳାଯିବାର ଅନେକ ସମ୍ଭାବନା ରହିଛି ।
ପ୍ରଥମ ମ୍ୟାଚରେ ଚହଲ ୩ଟି ଏବଂ କୁଲଦୀପ ୨ଟି ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଥିବାବେଳେ ଭୁବନେଶ୍ୱର ୱିକେଟ ନେବାରେ ଅସଫଳ ରହିଥିଲେ । ସେହିପରି ହଂକଂ ବିପକ୍ଷରେ ଖାସ ପ୍ରଦର୍ଶନ କରିପାରିନଥିବା ଶ୍ରଦ୍ଧାଲଙ୍କୁ ପ୍ଲେଇଙ୍ଗ ୧୧ରୁ ବାହାର କରାଯିବାର ଅନେକ ସମ୍ଭାବନା ରହିଛି ।


Share It

Comments are closed.