“ବିର୍ଲା ଓପସ୍‌” ନାମରେ ପେଂଟ୍ ବ୍ରାଣ୍ଡ୍ ନାମ ଉନ୍ମୋଚନ ଆଦିତ୍ୟ ବିର୍ଲା ଗ୍ରୁପ୍‌

Share It

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ପ୍ରମୁଖ କଂପାନି ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷର ଏହାର ପେଂଟ୍ ବ୍ୟାବସାୟର ବ୍ରାଣ୍ଡ୍ ନାମ “ବିର୍ଲା ଓପସ୍‌’କୁ ଉନ୍ମୋଚନ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ବିର୍ଲା ଓପସ୍‌କୁ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । ଗ୍ରାସିମ୍ ପକ୍ଷରୁ ଡେକୋରେଟିଭ୍ ପେଂଟ୍ ବର୍ଗରେ ଉଚ୍ଚ ମାନ ଉତ୍ପାଦର ସମ୍ପୂର୍ଣ୍ଣ ବର୍ଗମାଳାକୁ ଉନ୍ମୋଚନ କରାଯିବ ।
ଆଦିତ୍ୟ ବିର୍ଲା ଗୁପ୍‌ର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା କହିଛନ୍ତି ଯେ, “ଡେକୋରେଟିଭ୍ ପେଂଟ୍ କ୍ଷେତ୍ରରେ ଆମର ପ୍ରବେଶ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପସନ୍ଦ ଯାହା ଆମକୁ ଉଚ୍ଚ-ଅଭିବୃଦ୍ଧି ବଜାର ହାସଲ କରିବା ଏବଂ ଏହି ବ୍ୟାପକ ଗ୍ରାହକ ଦୃଶ୍ୟପଟ୍ଟରେ ଉପସ୍ଥିତି ସମ୍ପ୍ରସାରଣ କରିବାରେ ସକ୍ଷମ କରିବ । ଆମର ପେଂଟ୍ ବ୍ୟବସାୟକୁ ଆଦିତ୍ୟ ବିର୍ଲା ବ୍ରାଣ୍ଡ ସହ ଜଡ଼ିତ ଥିବା ଶକ୍ତି ଓ ବିଶ୍ୱାସ ଆଧାରରେ ଗଠନ କରାଯିବ । ଏକ ସଫଳ ବ୍ୟବସାୟର ଶୁୂଭାରମ୍ଭ ପାଇଁ ଗତ କିଛି ବର୍ଷରେ କଂପାନି ଏକ ଦୃଢ଼ ମୁଳଦୁଆ ସ୍ଥାପନ କରିଛି । ଆଗାମୀ ବର୍ଷଗୁଡ଼ିକରେ ଏକ ଲାଭଦାୟକ କଂପାନି ଭାବେ ଦ୍ୱିତୀୟ ସ୍ଥାନରେ ରହିବାକୁ ଆମେ ଉଦ୍ୟମ କରୁଛୁ ଏବଂ ଆମ ବ୍ରାଣ୍ଡ୍ ନାମ ଘୋଷଣା ବହୁ ପଦକ୍ଷେପ ମଧ୍ୟରୁ ପ୍ରଥମ ।’’
ଶୁୂଭାରମ୍ଭ ପୂର୍ବରୁ ଗ୍ରାସିମ୍ ପକ୍ଷରୁ ମେଟ୍ରୋ ସହରଗୁଡ଼ିକରେ ସଫଳତାର ସହ ଏହାର ପରୀକ୍ଷଣ କରାଯାଇଥିଲା ଏବଂ ଉଡ୍ ଫିନିସ୍ ବର୍ଗମାଳାକୁ ଉପସ୍ଥାପନ କରାଯାଇଛି । ମହାରାଷ୍ଟ୍ରରେ ଏଥିପାଇଁ ଏକ ଅତ୍ୟାଧୁନିକ ଆର୍‌ଆଣ୍ଡ୍‌ଡି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ।
ପେଂଟ୍ ବ୍ୟବସାୟ ଆରମ୍ଭ କରିବା ଲାଗି ପୂର୍ବରୁ ଗ୍ରାସିମ ପକ୍ଷରୁ ୧୦,୦୦୦ କୋଟି ଟଙ୍କାର ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା । କଂପାନିର ଅତ୍ୟାଧୁନିକ କାରଖାନା ହରିୟାଣା, ପଂଜାବ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ରହିଛି ଏବଂ ତାହାର ବାର୍ଷିକ କ୍ଷମତା ୧୩୩୨ ନିୟୁତ ଲିଟର ହେବ ଓ ତାହା ସାରା ଦେଶର ଆବଶ୍ୟକତା ପୂରଣ କରିବ ।
ବର୍ତମାନ ଭାରତର ଡେକୋରେଟିଭ୍ ପେଂଟ୍ ବଜାରର ପରିମାଣ ହେଉଛି ୭୦,୦୦୦ କୋଟି ଟଙ୍କା । ସମସ୍ତଙ୍କ ପାଇଁ ଘର ଉପରେ ସରକାରଙ୍କ ଗୁରୁତ୍ୱ ଓ ଗ୍ରାହକ ଚାହିଦାକୁ ନେଇ ପେଂଟ୍ ଶିଳ୍ପ ବାର୍ଷିକ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହ ଆଗକୁ ବଢ଼ୁଛି ।


Share It

Comments are closed.