ଜାଣନ୍ତୁ ଏପରି ଏକ ମନ୍ଦିର ଯେଉଁଠାରେ ୪୮ ଘଣ୍ଟାରେ ଦିଆଗଲା ୩୦ ହଜାର ପଶୁ ବଳି


ବର୍ତ୍ତମାନ ସମ୍ପୁର୍ଣ୍ଣ ବିଶ୍ୱ ସମୂଦାୟ ପରିବେଶ ସନ୍ତୁଳନ ତଥା ପଶୁ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ ଏପରି ମଧ୍ୟ କିଛି ସ୍ଥାନ ରହିଛି, ଯେଉଁଠରେ ସାମାନ୍ୟ ଅନ୍ଧବିଶ୍ୱାସ ପାଇଁ ଏତେ ସଂଖ୍ୟାରେ ନିରୀହ ପଶୁ ମାନଙ୍କୁ ମାରିଦିଆଯାଉଛି । ଏଥି ନିମନ୍ତେ ବିଭିନ୍ନ ଆଇନ କାନୁନ୍ ଲାଗୁ ହୋଇଥିଲେ ମଧ୍ୟ ଧର୍ମ ନାମରେ ଲୋକମାନେ ଅନେକ କୁସଂସ୍କାରର ବଶବର୍ତ୍ତିହୋଇ ଅକାଳରେ ବଳି ଦେଉଛନ୍ତି ଅନେକ ପଶୁଙ୍କ ଜୀବନ ।

ଦକ୍ଷିଣ ନେପାଳର ଏକ ଗାଁରେ ଅବସ୍ଥାପିତ ଗଢିମାଇ ମନ୍ଦିରରେ ପ୍ରତ୍ୟେକ ୫ ବର୍ଷରେ ହେଉଥିବା ଏକ ମେଳା ବର୍ତ୍ତମାନ ଆରମ୍ଭ ହୋଇଛି । ଏହି ମେଳାର ବିଶେଷତ୍ୱ ହେଉଛି ଏଠାରେ ହଜାର ହଜାର ପଶୁବଳି ଦିଆଯାଇଥାଏ । ଚଳିତ ଥର ମଧ୍ୟ ୩୦,୦୦୦ ପଶୁବଳି ଦିଆଯାଇଥିବାର ସୂଚନା ମିଳିଛି । ଦୁଇ ଦିନଧରି ଚାଲିଥିବା ଏହି ମେଳା ପରେ ଗଢିମାଇ ମନ୍ଦିର ଦୁନିଆର ସବୁଠାରୁ ମଡ଼ କଂସେଇଖାନା ହୋଇପଡ଼ିଛି ।

ସୂଚନା ଅନୁଯାୟୀ କାଠମାଣ୍ଡୁରୁ ୧୦୦୦ କି.ମି ଦୂର ବୈରିୟାପୁରରେ ଅବସ୍ଥାପିତ ଗଢିମାଇ ମନ୍ଦିରରେ ପ୍ରତ୍ୟେକ ପାଞ୍ଚ ବର୍ଷରେ ଥରେ ସାମୂହିକ ପଶୁ ବଳି ଦିଆଯାଇଥାଏ । ଏହି ମେଳା ଶକ୍ତିର ଦେବୀ, ଗଢିମାଇଙ୍କ ସମ୍ମାନରେ କରାଯାଇଥାଏ । ଉକ୍ତ ମେଳାରେ ନେପାଳ ସହିତ ଭାରତରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥାଆନ୍ତି । ଚଳିତ ବର୍ଷ ଏହି ଉତ୍ସବ ମଙ୍ଗଳବାର ଏବଂ ବୁଧବାର ପାଳନ ହୋଇଯାଇଛି । ପଶୁ ସୁରକ୍ଷା କର୍ମକର୍ତ୍ତାଙ୍କ ବିରୋଦ୍ଧ ସତ୍ତେ୍ୱ ମଧ୍ୟ ଏଠାରେ ଚାରିପଟେ ନିରୀହ ପଶୁ ମାନଙ୍କର ଶବ ଦେଖିବାକୁ ମିଳିଥିଲା । ଉକ୍ତ ଉତ୍ସବ ସ୍ଥଳ ଭାରତ ଏବଂ ନେପାଳ ସୀମାରେ ହେଉଥିବାରୁ ଏଠାରେ ଅନେକ ସଂଖ୍ୟାରେ ଭାରତୀୟମାନେ ମଧ୍ୟ ପଶୁ ବଳି ଦେଇଥାଆନ୍ତି ।


Share It

Comments are closed.