ବିଦ୍ୟୁତ ସଂସ୍ପର୍ଶରେ ଆସି ୭ ହାତି ମୃତ


ଶୁକ୍ରବାର ରାତି ଢେଙ୍କାନାଳ ଜିଲ୍ଲାର କମଲଙ୍ଗା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତିଙ୍କର ମୃତ୍ୟୁ ଘଟିଛି । ଉକ୍ତ ସମସ୍ତ ହାତି ବାଟରେ ଝୁଲିଥିବା ତାର ସଂସ୍ପର୍ଶରେ ଆସିଥିଲେ,ଯାହା ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ୧୩ଟି ହାତି ଥିବା ଗୋଟେ ଗୋଷ୍ଠୀ ଅନେକ ଦିନ ହେବ ବିଲରେ ଫସଲ ଖାଇବା ପାଇଁ ବୁଲୁଥିଲେ ।
ଶୁକ୍ରବାର ରାତି ମୃତ ହୋଇଥିବା ଉକ୍ତ ହାତି ସମୂହ କମଲଙ୍ଗା ଗାଁ ବିଲ ଦେଇ ଅତିକ୍ରମ କରିବା ସମୟରେ ସେଠାରେ ଯାଇଥିବା ହାଇଭୋଲଟେଜ ତାର ସଂପର୍କରେ ଆସିଥିଲେ, ଯାହା ଫଳରେ ଘଟଣା ସ୍ଥଳେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏହି ତାର ଟ୍ରେନ ଟ୍ରାକ ପ୍ରସ୍ତୁତ କରିବା ପାଇଁ ବିଛାଯାଇଥିଲା । ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ତାରକୁ ୧୫ ଫୁଟ ଉଚ୍ଚରେ ବିଛାଇବା କଥା କିନ୍ତୁ ରେଲୱ କର୍ତ୍ତୃପକ୍ଷ ଏହାକୁ ୮ ଫୁଟ ଉଚ୍ଚତାରେ ବିଛାଇ ଥିଲେ, ଯାହା ଫଳରେ ଏହି ହାତୀଙ୍କର ମୃତ୍ୟୁ ଘଟିଲା ।
ମିଳିଥିବା ସୂଚନା ମୁତାବକ ୬ ଜଣ ହାତି ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ବନ ବିଭାଗ ଏହି ଖବର ପାଇବା ପରେ ବନ ବିଭାଗ କର୍ତ୍ତୃପକ୍ଷ ଉକ୍ତ ସ୍ଥାନରେ ଆସି ପହଞ୍ôଚଛନ୍ତି ଏବଂ ଏହାର ତନାଘନା ଚଲାଇଛନ୍ତି ।


Share It

Comments are closed.