୨୦୧୫ ତୁଳନାରେ ୨୦୧୬ରେ ବୃଦ୍ଧି ପାଇଛି ପିଲା ଚୋରି ସଂଖ୍ୟା


ଦେଶରେ ବିଭିନ୍ନ ଜାଗାରେ ହେଉଥିବା ପିଲା ଚୋରିର ଅଭିଯୋଗକୁ ଆମେ ଗୁଜବ ବୋଲି କହିପାରିବା ନାହିଁ । ଖାସ କରି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରୀ କରାଯାଇଥିବା ୨୦୧୬ର ତଥ୍ୟ ଅନୁଯାୟୀ ଭାରତରେ ପାଖାପାଖି ୫୫,୦୦୦ ପିଲା ନିଖୋଜ ହୋଇଯାଇଛନ୍ତି । ନିଖୋଜଥିବା ପିଲାମାନଙ୍କର ଏହି ତଥ୍ୟ ବିଗତ ବର୍ଷର ତଥ୍ୟ ଠାରୁ ପ୍ରାୟ ୩୦ ପ୍ରତିଶତ ଅଧିକ । ଗୃହ ମନ୍ତ୍ରଳାୟର ୨୦୧୭-୧୮ର ରିପୋର୍ଟ ଅନୁଯାୟୀ ୨୦୧୬ରେ ୫୪,୭୨୬ଜଣ ପିଲା ନିଖୋଜ ହୋଇଥିବାବେଳେ ଏହାର ୪୦.୪ ପ୍ରତିଶତ ମାମଲା ଉପରେ କେବଳ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା ।
୨୦୧୬ରେ ମାତ୍ର ୨୨.୭ ପ୍ରତିଶତ ଲୋକ ପିଲା ଚୋରି ଅଭିଯୋଗରେ ଦୋଷି ସାବ୍ୟସ୍ତ ହୋଇଥିଲେ । ସେହିଭଳି ଏହାର ସଂଖ୍ୟା ୨୦୧୫ରେ ୪୧,୮୯୩ ରହିଥିବାବେଳେ ୨୦୧୪ରେ ୩୭,୮୫୪ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୧୭ର ତଥ୍ୟ ସାମନାକୁ ଆସି ନାହିଁ ।
ଗୃହ ମନ୍ତ୍ରଳାୟ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ପିଟି ପିଟି ଲୋକଙ୍କୁ ମାରିଦେବା ପଛର ମୁଖ୍ୟ କାରଣ ସୋସିଆଲ ମିଡିଆରେ ପ୍ରାସାରିତ ହେଉଥିବା ପିଲା ଚୋର ଗୁଜବ ରହିଥିବା ବେଳେ ପ୍ରକାଶିତ ଏହି ତଥ୍ୟକୁ ନେଇ ବର୍ତ୍ତମାନ କେତେକ ଗ୍ରାମୀଣ ଅଞ୍ଚଳରେ ପିଲା ଚୋରିର ଆତଙ୍କ ଖେଳିଯାଇଛି ।
ଗୃହ ମନ୍ତ୍ରଳାୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ଏହି ଭଳି ଘଟଣା ମାନଙ୍କର ସବିଶେଷ ତଥ୍ୟ ଦେବା ପାଇଁ କହିଛନ୍ତି, ଯେଉଁଥିରେ ପିଲା ଚୋର ଆରୋପରେ କେତେକ ବ୍ୟକ୍ତିଙ୍କୁ ମାରିଦେବାର ଘଟଣା ସାମାନାକୁ ଆସିଛି । ବିଗତ ୨ ମାସରେ ମଧ୍ୟରେ ପିଲା ଚୋରି ସନ୍ଦେହରେ ୨୦ରୁ ଉଦ୍ଦ୍ୱର୍ ଲୋକଙ୍କୁ ମାରିମାରି ହତ୍ୟା କରିବାର ଘଟଣା ସାମନାକୁ ଆସିଛି ।


Share It

Comments are closed.