ଘରେ ପିମ୍ପୁଡିଙ୍କ ଠାରୁ ମୁକ୍ତି ପାଇବାର ୫ଟି ଉପାୟ


ଛୋଟ ହେଲେ ମଧ୍ୟ ଘରେ ଘରେ ପିମ୍ପୁଡିଙ୍କ ଉପସ୍ଥିତି ସମସ୍ତଙ୍କୁ ବିଚଳିତ ଏବଂ ବ୍ୟସ୍ତ କରିଥାଏ । ସେମାନେ ଘରର ଯେକୌଣସି ସ୍ଥାନରେ ନିଜର ବଂଶ ବିସ୍ତାର କରିଦେଇଥାନ୍ତି ବିଶେଷକରି ରୋଷେଇ ଘରେ । ରୋଷେଇ ଘରେ କିଛି ସାମଗ୍ରୀ କିମ୍ବା ଖାଦ୍ୟ ପଦାର୍ଥରେ ଏମାନଙ୍କ ବିସ୍ତାର ଖୁବ ଚିନ୍ତାରେ ପକାଇଥାଏ । ଏମାନଙ୍କୁ ଘରୁ ବାହାର କରିବା ମଧ୍ୟ ସହଜ ନୁହେଁ । ଏମାନଙ୍କ ମଧ୍ୟରେ ରାଣୀ ପିମ୍ପୁଡି ଲକ୍ଷ ଲକ୍ଷ ପିମ୍ପୁଡି ଜନ୍ମ ଦେଇଥାନ୍ତି । ବର୍ଷା ଦିନେ ମଧ୍ୟ ଏମାନଙ୍କ ଉପଦ୍ରବ ବହୁ ପରିମାଣରେ ଦେଖାଯାଇଥାଏ । ତେଣୁ ଆସନ୍ତୁ ଜାଣିବା ଏମାନଙ୍କୁ ଘରୁ ବାହାର କରିବାର କିଛି ସହଜ ଉପାୟ ।

୧- ଭିନେଗାର – ଭିନେଗାର ସବୁ ପ୍ରକାର ଘରୋଇ ଅସୁବିଧାର ସମାଧାନ ତେଣୁ ଏହାକୁ ସବୁ ସମୟରେ ଘରେ ରଖିବା ଆବଶ୍ୟକ । ହ୍ୱାଇଟ ଭିନେଗାର ଏବଂ ପାଣିକୁ ସମାନ ପରିମାଣରେ ମିଶାଇ ଘରର ପିମ୍ପୁଡି ହେଉଥିବା ସ୍ଥାନରେ ଛିଞ୍ଚନ୍ତୁ । ଏହାକୁ ଦିନରେ ଚାରିରୁ ପାଞ୍ଚ ଥର ସ୍ପ୍ରେ କରନ୍ତୁ ଏହା ଦ୍ୱାରା ଧିରେ ଧିରେ ପିମ୍ପୁଡିଙ୍କ ମାତ୍ରା କମ ହେବା ସହିତ ଦୁଇ ଦିନ ମଧ୍ୟରେ ସେମାନଙ୍କ ଉପସ୍ଥିତି ଲୋପ ପାଇଯିବ ।
୨- ବୋରାକ୍ସ – ବୋରାକ୍ସ ଏବଂ ଚିନିର ମିଶ୍ରଣ କରି ପିମ୍ପୁଡି ହେଉଥିବା ସ୍ଥାନରେ ରଖିଦିଅନ୍ତୁ । ପିମ୍ପୁଡିଙ୍କୁ ବୋରାକ୍ସର ଗନ୍ଧ ଖରାପ ଲାଗିଥାଏ ତେଣୁ ସେମାନେ ଚିନି ସହ ମିଶ୍ରିତ ବୋରାକ୍ସ ଦ୍ୱାରା ସେମାନେ ଘର ଠାରୁ ଦୂରେଇ ଯାଇଥାନ୍ତି । ବୋରାକ୍ସ ପିମ୍ପୁଡିଙ୍କ ହଜମ କ୍ରିୟାକୁ କମ କରିଥାଏ ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥାଏ ।
୩- ଅଟା – ରୋଷେଇ ଘରେ ଯେଉଁ ସ୍ଥାନରେ ପିମ୍ପୁଡି ହୋଇଥାଏ କିମ୍ବା ପିମ୍ପୁଡିଙ୍କ ଆସିବା ସ୍ଥାନରେ ଅଟା ପକାଇ ଦିଅନ୍ତୁ । ଏହା ପିମ୍ପୁଡିଙ୍କ ମାତ୍ରା କମ କରିଦେବ ।
୪- ଲୁଣ – ପିମ୍ପୁଡି ସବୁବେଳେ ଏକ ସରଳରେଖାରେ ଗତି କରିଥାନ୍ତି । ଆପଣ ସେମାନଙ୍କ ଯିବା ଆସିବା ରାସ୍ତା କିମ୍ବା ସେମାନଙ୍କ ରହିବା ସ୍ଥାନରେ କିଛି ଲୁଣ ପକାଇ ଦିଅନ୍ତୁ । ସେମାନେ ଏହି ଲୁଣକୁ ଡେଁଇ ଯିବା ପାଇଁ କଷ୍ଟ ଅନୁଭବ କରିଥାନ୍ତି ଏବଂ ସେମାନେ ସେହି ସ୍ଥାନରୁ ଶୀଘ୍ର ଯିବା ପାଇଁ ଚେଷ୍ଟା କରନ୍ତି । ଦିନକୁ ୨ରୁ ୩ଥର ଏପରି ଛିଞ୍ଚିବା ଦ୍ୱାରା ପିମ୍ପୁଡିମାନେ ସେହି ସ୍ଥାନକୁ ଆସନ୍ତି ନାହିଁ ।


Share It

Comments are closed.