ଆଜି ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ


ବିହାରରେ ସରକାର ପରିବର୍ତ୍ତନ ପରେ ମଙ୍ଗଳବାର ମନ୍ତ୍ରିମଣ୍ଡଳର ବିସ୍ତାର କରାଯିବ । ମୋଟ୍ ୩୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ସେମାନଙ୍କୁ ଶପଥ ପାଠ କରାଇବେ । ଯେଉଁ ବିଧାୟକଙ୍କୁ ମନ୍ତ୍ରୀପଦ  ମିଳିବ ସେମାନଙ୍କୁ ସୋମବାର ରାଜଭବନରୁ ଫୋନ୍ ଯାଇଥିଲା ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ମନ୍ତ୍ରୀ ମଣ୍ଡଳକୁ ନେଇ ଫର୍ମୁଲା ଚୂଡାନ୍ତ ହୋଇସାରିଛି । ସୂଚନା ଅନୁସାରେ, ଆରଜେଡିର ୧୫, ଜେଡିୟୁର ୧୨, ହିନ୍ଦୁସ୍ଥାନ ଆଓ୍ୱାମ ମୋର୍ଚ୍ଚାର ଜଣେ ଓ ଜଣେ ସ୍ୱାଧିନ ବିଧାୟକ ମନ୍ତ୍ରୀ ହେବେ । ବିଧାନସଭା ବାଚସ୍ପତି ପଦ ଆଜେଡି ପାଖରେ ରହିବ । ଆରଜେଡି ନେତା ଅଓ୍ୱଧ ବିହାରୀ ଚୌଧରୀ ବାଚସ୍ପତି ହୋଇପାରନ୍ତି ।

ରିପୋର୍ଟ ଅନୁସାରେ, ନୀତିଶ ନିଜ ପୂର୍ବ କ୍ୟାବିନେଟରେ ଥିବା ଦଳୀୟ ବିଧାୟକଙ୍କୁ ପୁଣି ମନ୍ତ୍ରୀ ଭାବେ ସୁଯୋଗ ଦେବେ । ସେହିପରି ଶପଥଗ୍ରହଣ ପରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯିବ । ଜେଡିୟୁ କୋଟାରୁ ଶପଥ ନେଇଥିବା ଅଧିକାଂଶ ମନ୍ତ୍ରୀଙ୍କୁ ପୁରୁଣା ବିଭାଗ ହିଁ ଦିଆଯିବ । ସଚ୍ଚିବାଳୟର ସମସ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମସ୍ତ ବିଭାଗର ସଚିବ ଓ ନିର୍ଦ୍ଦେଶକ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପାଗ ଭିଡିଛନ୍ତି ।


Share It

Comments are closed.