ଭାରତରେ ଶୁଭାରମ୍ଭ ହେଲା ୨୦୧୯ କାୱାସିକ ନିଞ୍ଜା ୧୦୦୦


ଭାରତରେ କାୱାସିକ ଇଣ୍ଡିଆ ପକ୍ଷରୁ ଏହାର ନୂତନ ବାଇକ ୨୦୧୯ କାୱାସିକ ନିଞ୍ଜାର ଶୁଭାରମ୍ଭ କରାଯାଇଛି । ଏହି ନୂତନ ବାଇକଟିର ମୂଲ୍ୟ ୯.୯୯ ଲକ୍ଷ( ଏକ୍ସ-ସୋରୁମ) ରହିଛି । ପୂର୍ବ ମଡେଲ ତୁଳନାରେ ଏହି ନୂତନ ମଡେଲର ବୈଶିଷ୍ଟ୍ୟ ଗୁଡିକରେ କୌଣସି ପରିବର୍ତ୍ତନ କରାନଯାଇଥିବା ବେଳେ ଗ୍ରାଫିକାଲରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ବାଇକଟି ବ୍ଲାକ, ଗ୍ରୀନ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ରହିଛି । କାୱାସିକ ନିଞ୍ଜା ୧୦୦୦କୁ ସେମି-କ୍ନକଡ-ଡାଉନ- ୟୁନିଟ (ଏସକେଡି) ଦ୍ୱାରା ଭାରତକୁ ଅଣାଯାଉଥିବା ବେଳେ ଏହାର ପୁନେ ସ୍ଥିତ ପ୍ଲାଣ୍ଟରେ ଏହାକୁ ଏକତ୍ର କରାଯାଉଛି ।
ଏହି ୨୦୧୯ କାୱାସିକ ନିଞ୍ଜା ୧୦୦୦ଟି ଥ୍ରୀ-ଷ୍ଟେଜ ଟ୍ରାକ୍ସନ କଣ୍ଟ୍ରୋଲ ସହ ଏବିଏସ ବ୍ୟବସ୍ଥା ସହ ଆସୁଛି । ଏଥିରେ ଅନ୍ୟନ୍ୟ ବୈଶିଷ୍ଟ୍ୟ ସମେତ ଏଲଇଡି ହେଡଲ୍ୟାମ୍ପ, ଚେନ ସ୍ପୋଇଲେର, ସ୍ଲିପର କ୍ଲସ ରହିଛି । ଏହି ନୂତନ ମଡେଲଟି କାର୍ଯ୍ୟଦକ୍ଷତା ଏହାର ପୂର୍ବ ମଡେଲ ସହ ସମ୍ୂର୍ଣ୍ଣ ସମାନ୍ତରଳ ଅଟେ । ଏହି ବାଇକଟିରେ ୧,୦୪୩ ସିସି, ଇନ-ଲାଇନ, ଫୋର-ସିଲିଣ୍ଡର, ଲିକ୍ୱିଡ-କୁଲଡ ଇଞ୍ଜିନ ରହିଛି । ଏହା ୧୪୦ ବିଏଚପିରେ ୧୧ ଏନଏମର ଟର୍କ ପ୍ରଦାନ କରୁଥିବାବେଳେ ଏଥିରେ ସିକ୍ସ-ସ୍ପିଡ ଗିୟର ବକ୍ସ ମଧ୍ୟ ରହିଛି ।
ଏହି ନୂତନ ବାଇକରେ ୧୯ ଲିଟର ତେଲ ଟାଙ୍କି ରହିଛି, ଯାହାରକି ଓଜନ ୨୩୯ କେଜି ରହିଛି । ବାଇକଟିର ବ୍ରେକ ଦୃଷ୍ଟିକୋଣରୁ ଏହାର ସାମନା ଭାଗରେ ୩୦୦ ଏମଏମର ପେଟାଲ ଡିସ ରହିଥିବାବେଳେ ପଛ ଭାଗରେ ୨୪୦ ଏମଏମର ପେଟାଲ ଡିସ ରହିଛି ।
ଏହି ୨୦୧୯ କାୱାସିକ ନିଞ୍ଜା ୧୦୦୦ଟିର ବୁକିଂ ଦେଶରେ ଥିବା ଏହର ସମସ୍ତ ଡିଲରସିପ ମାନଙ୍କରେ ଆରମ୍ଭ ହୋଇଗଲାଣି । ଏହି ବାଇକଟି ବିଏମଡବ୍ଲୁ ଏସ ୧୦୦୦ ଆର, ସୁଜୁକି ଜିଏସଏକ୍ସ ଏସ ୧୦୦୦ ଏବଂ ଡୁକାଟି ସୁପର ସ୍ପୋର୍ଟସ ଭଳି ବାଇକକୁ ଟକ୍କର ଦେବାର କ୍ଷମତା ରଖୁଛି ।


Share It

Comments are closed.