୨୦୨୦ର ଫ୍ୟାଶନ୍ ଟ୍ରେଣ୍ଡ ରହିବ ସ୍ୱିକେନ୍ ଶାଢୀ


ପ୍ରତି ବର୍ଷ ପରି ଚଳିତ ଥର ମଧ୍ୟ ନବ ବର୍ଷ କିଛି ନୂଆ ଫ୍ୟାଶନ ଟ୍ରେଣ୍ଡସ୍ ନେଇ ଆସିବ । ସେଲିବ୍ରିଟି, ଫ୍ୟାଶନିଷ୍ଟା, ପାର୍ଟି କିମ୍ବା ପ୍ରତ୍ୟେକ ରେଗୁଲାର ଦିନରେ ସାଧାରଣ ଲୋକେ ମଧ୍ୟ ଏହି ଟ୍ରେଣ୍ଡକୁ ଫଲୋ କରିବେ । ୨୦୨୦ର ଏହି ନୂଆ ଫ୍ୟାଶନ ଟ୍ରେଣ୍ଡ ସବୁ କ’ଣ ରହିବ ଆସନ୍ତୂ ଜଣିବା:
୧. ବଡ ପ୍ରିଣ୍ଟ: ପୋଲକା ଡଟସ ହେଉ କିମ୍ବା ଫ୍ଲୋରାଲ ପ୍ରିଣ୍ଟ ୨୦୨୦ରେ ଆପଣଙ୍କୁ ଏସବୁର ବଡ ଭର୍ସନ ଦେଖିବାକୁ ମିଳିବ । ତେଣୁ ଆପଣ କିଛି ନୂଆ ପୋଷାକ କିଣିବାକୁ ଯୋଜନା ରଖିଥିଲେ ବଡ ପ୍ରିଣ୍ଟସ୍ରେ ନିବେଶ କରନ୍ତୁ ।
୨. ହଟ୍ ପ୍ୟାଣ୍ଟ୍: ୨୦୧୯ରେ ଫୁଲ୍ ଲେନ୍ଥ୍ ପ୍ୟାଣ୍ଟ ଓ ଟ୍ରାଉଜରର ଟ୍ରେଣ୍ଡ ଥିଲା । କିନ୍ତୁ ୱେଷ୍ଟର୍ଣ୍ଣ ୱେୟାରରେ ପୁଣିଥରେ ହଟ୍ ପ୍ୟାଣ୍ଟର ଟ୍ରେଣ୍ଡ ଦେଖିବାକୁ ମିଳିବ । ୨୦୨୦ରେ ଆପଣଙ୍କୁ ଭିନ୍ନ ଭିନ୍ନ ଡିଜାଇନର ସଟ୍ସ ଦେଖିôବାକୁ ମିଳିବ ।
୩. ପଫି ସ୍ଲିଭ୍ସ: ୨୦୧୮ ଓ ୨୦୧୯ରେ ସ୍ଲିଭସ କ୍ଷେତ୍ରରେ ଅନେକ ଏକ୍ସପେରିମେଣ୍ଟ ଦେଖିବାକୁ ମିଳିଛି । ୨୦୨୦ରେ ମଧ୍ୟ ଆପଣଙ୍କୁ ପଫ୍ ସ୍ଲିଭସ ଟ୍ରେଣ୍ଡ ଦେଖିବାକୁ ମିଳିବ ।
୪. ସାଇନ୍ ଆଣ୍ଡ ସିକ୍ୱେନ୍: ୨୦୧୯ରେ ମନିଷ ମଲହୋତ୍ରାଙ୍କ ସିକ୍ୱେନ୍ ଓ ସାଇନ୍ ଶାଢୀର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । କରୀନା କପୁର, ଭୂମି ପେଡନେକର, କ୍ରୁତି ସ୍ୟାନନ୍, ଜାହ୍ନବୀ କପୂର ଆଦି ସେଲିବ୍ରିଟି ଏହି ସିକ୍ୱେନ ଶାଢୀରେ ନଜର ଆସିଥିଲେ । ୨୦୨୦ରେ ଏହି ସାଇନ୍ ଆଣ୍ଡ ସିକ୍ୱେନ ଶାଢୀର ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳିବ ।
୫. କ୍ରୋସିଆ: ୨୦୨୦ରେ ଗ୍ରୀଷ୍ମ ଋତୁରେ କ୍ରୋସିଆ ଟପ୍, ସ୍କର୍ଟ, ଡ୍ରେସ୍ ଓ ଷ୍ଟୋଲ୍ ଆଦିର ଚାହିଦା ଅଧିକ ରହିବ ।
୬. ନିଅନ୍: ୨୦୧୯ ତୁଳନାରେ ୨୦୨୦ ଅଧିକ କଲର୍ଫୁଲ ହେବ । ୨୦୨୦ରେ ନିଅନ ଲେମନ୍ ଗ୍ରୀନ୍, ୟେଲୋ, ଅରେଞ୍ଜ ଓ ପିଙ୍କ୍ ଭଳି କଲର୍ର ଉଭୟ ଆଧୁନିକ ଓ ପାରମ୍ପରିକ ପୋଷାକର ଟ୍ରେଣ୍ଡ ରହିବ ।
୭. ପ୍ୟାଣ୍ଟ ସୁଟ୍: ଫର୍ମାଲ ପ୍ୟାଣ୍ଟ ସୁଟ୍ ନୁହେଁ ବରଂ ୨୦୨୦ରେ କୁଲ୍ ଷ୍ଟାଇଲ୍ର ପ୍ୟାଣ୍ଟ ସୁଟ୍ ଦେଖିବାକୁ ମିଳିବ ଏବଂ ପ୍ୟାଣ୍ଟ ଉପରେ ଅଧିକ ଏକ୍ସପେରିମେଣ୍ଟ ମଧ୍ୟ ହେବ ।
୮. ଭେଲ୍ଭେଟ୍: ୨୦୨୦ର ଶୀତ ଦିନରେ ଭେଲଭେଟ୍ ଟପ୍, କୂତ୍ତା, ବ୍ଲାଉଜ୍, ସ୍କର୍ଟ ଓ ଡ୍ରେସର ଚାହିଦା ବୃଦ୍ଧି ହେବ ।
୯. ଓଭର୍ ସାଇଜ୍ ଜୁଏଲାରୀ: ୨୦୨୦ରେ ଅଧିକ ଫଙ୍କି ଓ ଓଭର୍ ସାଇଜ୍ ଜୁଏଲାରୀର ଟ୍ରେଣ୍ଡ ରହିବ ।


Share It

Comments are closed.