ବସ୍ ଦୁର୍ଘଟଣାରେ ୧୯ ମୃତ, ୨୩ ଗୁରୁତର


ତାମିଲ୍‌ନାଡ଼ୁ ତିରୁପୁରଠାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କେରଳର ଏକ ସରକାରୀ ଭଲ୍‌ଭୋ ବସ୍ ୫୦ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ ଯାଉଥିଲା । ସେହି ରାସ୍ତା ଦେଇ ବିପରୀତ ଦିଗରୁ ଏକ କଣ୍ଟେନର ବୋଝେଇ ଟ୍ରକ ଦୃତ ଗତିରେ ଆସୁଥିବାବେଳେ ଏହାର ଟାୟାର ଫାଇଟିଯାଇଥିଲା । ଫଳରେ କଣ୍ଟେନରଟି ଟ୍ରକ୍‌ଠାରୁ ଅଲଗା ହୋଇ ବସ୍‌ରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ବସ୍‌ଟିର ଡାହଣ ପାଶ୍ୱର୍ ଧ୍ୱଂସ ହୋଇଯାଇଥିବାବେଳେ ଗାଡ଼ିଚାଳକଙ୍କ ସ୍ଥାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।
ଏହି ଦୁର୍ଘଟଣାରେ ସମୁଦାୟ ୧୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୨୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଏକାଧିକ ହସ୍ପିଟାଲ୍‌ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ୍ ଅନୁମାନ କରିଛି । ତେବେ ତାମିଲନାଡ଼ୁ ସରକାର ଓ ତିରୁପୁର ଜିଲ୍ଲାପାଳଙ୍କ ମିଳିତ ଉଦ୍ୟମରେ ଯାତ୍ରୀମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।


Share It

Comments are closed.