ସିଏଏ ଏବଂ ଏନଆରସିକୁ ନେଇ ବ୍ୟାପୁଛି ହିଂସାକାଣ୍ଡ, ୧୩ ମୃତ, ଶତାଧିକ ଆହତ


ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ନ୍ୟାସନାଲ ରେଜିଷ୍ଟର ଫର ସିଟିଜେନସିଫକୁ ନେଇ ଉତ୍ତର ପ୍ରଦେଶରେ ଦିନକୁ ଦିନ ହିଂସା ବ୍ୟାପିବାରେ ଲାଗୁଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନø ସମେତ ଦେଶର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ଏବଂ ସେମାନଙ୍କ ମଧ୍ୟରେ ଖୁବ ଉଦବେଗଜନକ ପରିସ୍ଥିତି ମଧ୍ୟ ଉପୁଜିଥିଲା । ଏଥିରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବର୍ତ୍ତମାନ ସୁଧା ବିକ୍ଷୋଭକାରୀଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମେରଟରୁ ୪, ବାରଣାସୀ, କାନପୁର, ବିଜନୌର ଏବଂ ସମ୍ଭଲରେ ଦୁଇ ଜଣକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିଭଳି ପୋଲିସ ଲାଠି ଚାଳନାରେ ଅନେକ ବିକ୍ଷୋଭକାରୀ ଗୁରୁତର ଭାବେ ଆହତ ହୋଇଥିବାବେଳେ ମିଳିଥିବା ସୂଚନା ସେଠାରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ହୋଇଯିବା ହେତୁ ପୋଲିସକୁ ବାଧ୍ୟ ହୋଇ ଗୁଳି ଚାଳନା କରିବାକୁ ପଡିଥିଲା ।
ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ୨୧ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଇଦିଆଯାଇଥିବାବେଳେ ରାଜ୍ୟର ସମସ୍ତ ସ୍କୁଲ କେଲେଜ ଏବଂ ମହାବିଦ୍ୟାଳୟକୁ ମଧ୍ୟ ବନ୍ଦ କରାଇ ଦିଆଯାଇଛି ।


Share It

Comments are closed.