ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଣିଜଙ୍ଗ ସିଏଚସି କମ୍ୟୁନିଟି ହଲ ଠାରେ ଚଳିତ ମାସ ୫ ତାରିଖରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗତସିଂହପୁର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଯୋଗଦେଇଛନ୍ତି । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ର ପ୍ରୋଜେକ୍ଟ ହେଡ ଶ୍ରୀ ସବ୍ୟସାଚୀ ବିଶ୍ୱାଳ, ଅପରେସନ ମ୍ୟାନେଜର ଶ୍ରୀ ଦେବାଶିଷ ନରେନ୍ଦ୍ର, ଆସିଷ୍ଟାଂଟ ଅପରେସନ ମ୍ୟାନେଜର ଶ୍ରୀ ଚିତରଂଜନ ଦାଶ, କ୍ଲଷ୍ଟର ଲିଡ଼ର ଶ୍ରୀ ଶାରଦା ବେହେରା, ମେଂଟେନାନ୍ସ ମ୍ୟାନେଜର ଶ୍ରୀ ବିଶ୍ୱକେତନ ଜେନା ଏବଂ ସିଡିସି ମ୍ୟାନେଜର ଶ୍ରୀ ସୁରଜିତ ସିହ୍ନା ଏବଂ ଆଇଟି ସିନିୟର ମ୍ୟାନେଜର ଶ୍ରୀ ତାରିଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସର ସୁପରିଚାଳନା ଏବଂ ସେବା ପ୍ରତି ପ୍ରତିବଦ୍ଧତା ଉପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି । ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଅନ୍ତି ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି ।
Comments are closed.