ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କଳାହାଣ୍ଡି: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତବ୍ୟ ପରିସରରୁ ବାହାରି ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଏବଂ ସେମାନଙ୍କର ଏହି ସାହାଯ୍ୟ ପାଇଁ ଆଜି ବହୁ ମୂଲ୍ୟବାନ ଜୀବନ ବଂଚିପାରିଛି । ବର୍ତମାନ ସମାନ ଏକ ଉଦାହରଣ ଦେଖିବାକୁ ମିଳିଛି ଯେଉଁଠାରେ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ଆଉ ଏକ ମୂଲ୍ୟବାନ ଜୀବନ ବଂଚିଯାଇଛି । ଘଟଣା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କଦଳୀମୁଣ୍ଡା ଗ୍ରାମର ରକ୍ତହୀନତା ବା ଆନିମିଆରେ ପୀଡ଼ିତା ଯଶୋଦା କେତକୀ ନାମ୍ନୀ ଜଣେ ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ହସ୍ପିଟାଲରେ ଭର୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ଓ ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ । କିନ୍ତୁ ସେହି ସମୟରେ ବ୍ଲଡ ବ୍ୟାଙ୍କରେ ଓ ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଭାଗ୍ୟବସତଃ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର ଇଏମଟି ଗଣେଶ୍ୱର କେତକୀଙ୍କ ବ୍ଲଡ ଗ୍ରୁପ ମଧ୍ୟ ସମାନ ଥିଲା । ତେଣୁ ଏଭଳି ସମୟରେ ସେ ତତ୍ପରତା ଦେଖାଇ ମହିଳା ଜଣଙ୍କୁ ରକ୍ତ ଦାନ କରିଛନ୍ତି । ଯେଉଁଥିପାଇଁ ମହିଳା ଜଣଙ୍କ ଆଜି ଏକ ନୂଆ ଜୀବନ ପାଇଛନ୍ତି । ତାଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ସେ ବେଶ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.