ନିର୍ବାଚନ ମଇଦାନରେ ୨୮ଥର ନିର୍ବାଚନ ହାରିଥିବା ବ୍ୟକ୍ତି


୨୮ ଥର ନିର୍ବାଚନ ହାରିଥିବା ରାଜସ୍ଥାନର ଶ୍ରୀଗଙ୍ଗାନଗର ନିବାସୀ, ତିତର ସିଂହ ପୁଣି ଆଉଥରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆଗେଇ ଆସିଛନ୍ତି । ତିତର ସିଂ ୩ଥର ୱାଡ଼ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ୧୦ ଥର ବିଧାନ ସଭା ପାଇଁ ଏବଂ ୮ ଥର ଲୋକସଭା ନିର୍ବାଚନରେ ହାରିସାରିଛନ୍ତି । ଚଳିତ ଥର ଶ୍ରୀ ସିଂହ ୯ମ ଥର ପାଇଁ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତିତୋର ସିଂହ ତାଙ୍କର ପୁରୁଣା ଜିପରେ ଚାରି ପାଞ୍ଚ ଜଣ ସାଥିଙ୍କୁନେଇ ଗାଁ ଗାଁ ବୁଲି ଲୋକଙ୍କୁ ସାକ୍ଷାତ କରୁଛନ୍ତି । ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ପରିଜନମାନେ ମଧ୍ୟ ଟ୍ରାକ୍ଟରରେ ତାଙ୍କଲାଗି ପ୍ରଚାର କରୁଛନ୍ତି । ସୂଚନା ଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଥର ନିର୍ବାଚନ ହାରିଥିବା ରେକର୍ଡ଼ ଯୋଗିନ୍ଦ୍ର ସିଂହ ଘରତିଙ୍କ ନାଁରେ ରହିଛି ।
ଆଶ୍ଚର୍ଯ୍ୟର କଥା ହେଉଛିକି ତିତର ସିଂ ଜଣେ ମନେରେଗା ଶ୍ରମିକ ହୋଇଥିବାବେଳେ ସେ ଦିନକୁ ମାତ୍ର ୧୪୨ ଟଙ୍କା ରୋଜଗାର କରିଥାନ୍ତି ଏବଂ ତାଙ୍କ ନିକଟରେ କିଛିବି ସମ୍ପତ୍ତି ନାହିଁ । ସେ ଲୋକଙ୍କ ଦାନରେ ହିଁ ନିର୍ବାଚନ ଲଢୁଛନ୍ତି ଏବଂ କେବଳ ଗୋଟିଏ ଥର ଜିତିବା ପାଇଁ ସେ ଆଶା ରଖିଛନ୍ତି । ଶ୍ରୀଯୁକ୍ତ ସିଂ ଦାଖଲ କରିଥିବା ନାମାଙ୍କନ ପତ୍ରରେ ସମ୍ପତ୍ତି ଏବଂ ଅପରାଧିକ ବ୍ୟାକଗ୍ରାଉଣ୍ଡ ମାମଲାରେ କିଛି ନାହିଁବୋଲି ଉଲ୍ଲେଖ କରିଛନ୍ତି ।


Share It

Comments are closed.